ଭୁବନେଶ୍ବର : ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇଣ୍ଡିଆନ ସୁପର ଲିଗରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଫୁଟବଲ କ୍ଲବ (ଓଡ଼ିଶା ଏଫସି) ତରଫରୁ ଖେଳିବେ ଅଷ୍ଟ୍ରେଲିଆ ଜନ୍ମିତ ସ୍କଟଲାଣ୍ଡର ମିଡଫିଲଡର ବ୍ରାଡ ଇନମ୍ୟାନ । ଏନେଇ ଓଡ଼ିଶା ଏଫସି ଓ ଏଟିକେ ମୋହନ ବାଗାନ ମଧ୍ୟରେ ଏକ ବଦଳ ଚୁକ୍ତି ହୋଇଛି । ଏହି ଚୁକ୍ତି ପରେ ଚଳିତ ଥର ଆଇଏସଏଲ ଶେଷ ପର୍ଯ୍ୟନ୍ତ ଇନମ୍ୟାନ ଓଡ଼ିଶା ପାଇଁ ଖେଳିବେ ଓ ଓଡ଼ିଶା ପାଇଁ ଖେଳୁଥିବା ବ୍ରାଜିଲୀୟ ଫରଓ୍ବାର୍ଡ ମାର୍ସେଲୋ ଲେଇଟେ ପରେରା ମୋହନ ବାଗାନ ପାଇଁ ଖେଳିବେ ।
ନ୍ୟୁକାସଲ ୟୁନାଇଟେଡ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ଇନମ୍ୟାନ ପରବର୍ତ୍ତୀ କାଳରେ ଅନ୍ୟ ଇଂଲିସ କ୍ଲ ଯଥା କ୍ରିଓ୍ବେ ଆଲେକଜାଣ୍ଡ୍ରିଆ, ପିଟରବୋରୋ ୟୁନାଇଟେଡ, ରୋକଡାଲେ ପାଇଁ ଖେଳିଥିଲେ । ପରେ ସେ ୨୦୧୯ରେ ଅଷ୍ଟ୍ରେଲିଆର ବ୍ରିସବେନ ରୋର ପକ୍ଷରୁ ଖେଳିଥିଲେ । ଓଡ଼ିଶା ଫୁଟବଲ କ୍ଲବ ପାଇଁ ଖେଳି ଖୁସି ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-29-at-17.24.43.jpeg)