ଓଡ଼ିଶା ଫୁଟବଲ କ୍ଲବ ପାଇଁ ଖେଳିବେ ସ୍କଟଲାଣ୍ଡର ମିଡଫିଲଡର ବ୍ରାଡ ଇନମ୍ୟାନ

ଭୁବନେଶ୍ବର : ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇଣ୍ଡିଆନ ସୁପର ଲିଗରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଫୁଟବଲ କ୍ଲବ (ଓଡ଼ିଶା ଏଫସି) ତରଫରୁ ଖେଳିବେ ଅଷ୍ଟ୍ରେଲିଆ ଜନ୍ମିତ ସ୍କଟଲାଣ୍ଡର ମିଡଫିଲଡର ବ୍ରାଡ ଇନମ୍ୟାନ । ଏନେଇ ଓଡ଼ିଶା ଏଫସି ଓ ଏଟିକେ ମୋହନ ବାଗାନ ମଧ୍ୟରେ ଏକ ବଦଳ ଚୁକ୍ତି ହୋଇଛି । ଏହି ଚୁକ୍ତି ପରେ ଚଳିତ ଥର ଆଇଏସଏଲ ଶେଷ ପର୍ଯ୍ୟନ୍ତ ଇନମ୍ୟାନ ଓଡ଼ିଶା ପାଇଁ ଖେଳିବେ ଓ  ଓଡ଼ିଶା ପାଇଁ ଖେଳୁଥିବା ବ୍ରାଜିଲୀୟ ଫରଓ୍ବାର୍ଡ ମାର୍ସେଲୋ ଲେଇଟେ ପରେରା ମୋହନ ବାଗାନ ପାଇଁ ଖେଳିବେ ।

­ନ୍ୟୁକାସଲ ୟୁନାଇଟେଡ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ଇନମ୍ୟାନ ପରବର୍ତ୍ତୀ କାଳରେ ଅନ୍ୟ ଇଂଲିସ କ୍ଲ ଯଥା କ୍ରିଓ୍ବେ ଆଲେକଜାଣ୍ଡ୍ରିଆ, ପିଟରବୋରୋ ୟୁନାଇଟେଡ, ରୋକଡାଲେ ପାଇଁ ଖେଳିଥିଲେ । ପରେ ସେ ୨୦୧୯ରେ ଅଷ୍ଟ୍ରେଲିଆର ବ୍ରିସବେନ ରୋର ପକ୍ଷରୁ ଖେଳିଥିଲେ । ଓଡ଼ିଶା ଫୁଟବଲ କ୍ଲବ ପାଇଁ ଖେଳି ଖୁସି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର