ସିଡ୍ନି: ଅଷ୍ଟ୍ରେଲିଆ କିଂବଦନ୍ତି ବ୍ୟାଟର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ‘ବ୍ୟାଗି ଗ୍ରିନ୍’ ଟୋପି ମଙ୍ଗଳବାର ସିଡ୍ନିରେ ନିଲାମ ହେବାକୁ ଯାଉଛି। ଏହାର ନିଲାମ ମୂଲ୍ୟ ୨୬୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୨କୋଟି ୨୩ ଲକ୍ଷ ଟଙ୍କାରେ ନିଲାମ ହେବାର ସମ୍ଭାବନା ରହିଛି। ଉଲ୍ରେ ନିର୍ମିତ ଏହି ଟୋପିକୁ ବ୍ରାଡ୍ମ୍ୟାନ୍ ୧୯୪୭-୪୮ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ବେଳେ ପିନ୍ଧିଥିଲେ। ଭାରତ ସ୍ବାଧୀନତା ପରେ ଏହା ବିଦେଶୀ ଦଳର ପ୍ରଥମ ଶୃଙ୍ଖଳା ହୋଇଥିଲା। ଏହି ଟେଷ୍ଟ୍ ଶୃଙ୍ଖଳାରେ ବ୍ରାଡ୍ମ୍ୟାନ୍ ୬ଟି ପାଳିରେ ୧୭୮.୭୫ ହାର ଏବଂ ୩ ଶତକ ଓ ଗୋଟିଏ ଦ୍ବିଶତକ ସହ ମୋଟ ୭୧୫ ରନ୍ କରିଥିଲେ। ନିଲାମ ସଂସ୍ଥା ବନହାମ୍ସ ଏହି ଟୋପିକୁ ‘ଏକମାତ୍ର ଜଣାଶୁଣା ବ୍ୟାଗି ଗ୍ରିନ୍’ ବୋଲି କହିଛି। ସଂପ୍ରତି ଏହି ଟୋପିର ରଙ୍ଗ ଛାଡ଼ିଯାଇଥିଲା ବେଳେ କିଛି ନଷ୍ଟ ମଧ୍ୟ ହୋଇଛି ଏବଂ ଉପର ଅଂଶ ଛିଣ୍ଡିଯାଇଛି। ତଥାପି ଏହା ୧୯୫ ହଜାରରୁ ୨୬୦ ହଜାର ଡଲାରରେ ବିକ୍ରି ସମ୍ଭାବନା ରହିଛି। ୨୦୨୦ରେ ତାଙ୍କର ଏକ ଟୋପି ୨୯୦ ଡଲାରରେ ବିକ୍ରି ହୋଇଥିଲା। ଏହି ‘ବ୍ୟାଗି ଗ୍ରିନ୍’କୁ ବ୍ରାଡ୍ମ୍ୟାନ୍ ୧୯୨୮ରେ ଟେଷ୍ଟ୍ ପଦାର୍ପଣ ବେଳେ ପିନ୍ଧିଥିଲେ। କ୍ରିକେଟ୍ର ମହାନ ବ୍ରାଡ୍ମ୍ୟାନ୍ଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୯୯.୯୪ ରହିଛି। ସେ ୨୦୦୧ରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।
ନିଲାମ ହେବ ବ୍ରାଡ୍ମ୍ୟାନ୍ଙ୍କ ଟୋପି
ଅଷ୍ଟ୍ରେଲିଆ କିଂବଦନ୍ତି ବ୍ୟାଟର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ‘ବ୍ୟାଗି ଗ୍ରିନ୍’ ଟୋପି ମଙ୍ଗଳବାର ସିଡ୍ନିରେ ନିଲାମ ହେବାକୁ ଯାଉଛି। ଏହାର ନିଲାମ ମୂଲ୍ୟ ୨୬୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୨କୋଟି ୨୩ ଲକ୍ଷ ଟଙ୍କାରେ ନିଲାମ ହେବାର ସମ୍ଭାବନା ରହିଛି।