ମେଲ୍ବର୍ଣ୍ଣ: କିଂବଦନ୍ତି ଡୋନାଲ୍ଡ ବ୍ରାଡ୍ମ୍ୟାନ୍ଙ୍କ ଏକ ଐତିହାସିକ ବ୍ୟାଟ୍ ନିଲାମ ହେବ। ୧୯୩୪ ଆସେସ୍ ଶୃଙ୍ଖଳାରେ ସେ ଏହି ବ୍ୟାଟ୍ରେ ୨ଟି ତ୍ରିଶତକ ମାରିଥିଲେ। ବ୍ରାଡ୍ମ୍ୟାନ୍ ଏହି ବ୍ୟାଟ୍ରେ ପ୍ରାରମ୍ଭିକ ବ୍ୟାଟର୍ ବିଲ୍ ପୋନ୍ସପୋର୍ଡଙ୍କ ସହ ନିଜର ସର୍ବୋଚ୍ଚ ଟେଷ୍ଟ୍ ଭାଗୀଦାରି ୪୫୧ ରନ୍ କରିଥିଲେ। ୧୯୯୯ରୁ ଏହି ବ୍ୟାଟ୍ ଏନ୍ଏସ୍ଡବ୍ଲୁ ସାଉଦର୍ନ ହାଇଲାଣ୍ଡ୍ସର ବୋରାଲସ୍ଥିତ ବ୍ରାଡ୍ମ୍ୟାନ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିଲା। ବ୍ରାଡ୍ମ୍ୟାନ୍ ଏହି ବ୍ୟାଟ୍ରେ ୧୯୩୪ରେ ଇଂଲଣ୍ଡରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ବ୍ୟବହାର କରିଥିଲେ।
ଏହି ଶୃଙ୍ଖଳାରେ ସେ ୭୫୮ ରନ୍ କରିଥିଲେ। ଏହି ବ୍ୟାଟ୍ର ଉପର ଅଂଶରେ ଶୃଙ୍ଖଳାରେ ଦୁଇ ସର୍ବୋଚ୍ଚ ସ୍କୋର୍ ୩୦୪ ହେଡିଂଲେ ଓ ୨୪୪ ଓଭାଲ ଲେଖା ରହିଛି। ନିଲାମ ହେବାକୁ ଥିବା ଏହି ବ୍ୟାଟ୍ର କୌଣସି ସଂରକ୍ଷିତ ଅର୍ଥ ରଖାଯାଇନାହିଁ। ହେଲେ ୨୦୧୮ରେ ବ୍ରାଡ୍ମ୍ୟାନ୍ଙ୍କ ଆଉ ଏକ ବ୍ୟାଟ୍ ୧୧୦, ୦୦୦ ଡଲାର ଅଥବା ଭାରତୀୟ ମୂଦ୍ରାରେ ପ୍ରାୟ ୮୩ ଲକ୍ଷରେ ନିଲାମ ହୋଇଥିଲା। ସୂଚନାଯୋଗ୍ୟ ଯେ ବ୍ରାଡ୍ମ୍ୟାନ୍ ତାଙ୍କ କ୍ରିକେଟ୍ ଜୀବନରେ ୫୨ ଟେଷ୍ଟ୍ ଖେଳି ୯୯.୯୪ ହାରରେ ମୋଟ ୬୯୯୬ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/13-8.jpg)