ଅନ୍ତର୍ଜାତୀୟ ଅଭିଜ୍ଞତା ପାଇଲେ ବ୍ରାହ୍ମିନ ଓ ସନ୍ଦୀପ

ଭୁବନେଶ୍ବର: ସଦ୍ୟ ସମାପ୍ତ ପାର୍ଟିଲ କପ୍‌ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଆର୍ଯ୍ୟନ୍ ବ୍ରାହ୍ମିନ ଏବଂ ସନ୍ଦୀପ ପାତ୍ରୋ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ସଫଳତାରେ ସ୍ବିଡେନ୍‌ରେ ଚଳିତ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‌ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ଜିତିବାରେ ସକ୍ଷମ ହୋଇପାରିନାହିଁ। ଭାରତ ୧୦-୦ରେ ଡ୍ରିମ୍‌ ସ୍ପୋର୍ଟ୍ସ କ୍ଲବ୍‌କୁ ହରାଇଥିଲା ବେ‌ଳେ ଡେନ୍‌ମାର୍କ ସ୦ ୧୨-୧୨ରେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା ଏବଂ ଜର୍ମାନି ଓ ଫ୍ରାନ୍ସଠୁ ପରାଜିତ ହୋଇ ବିଦାୟ ନେଇଥିଲା। ଆର୍ଯ୍ୟନ୍‌ ଗତ ଦୁଇ ବର୍ଷ ଧରି ଜାତୀୟ ଦଳରେ ସୁଯୋଗ ପାଇ ଆସୁଛନ୍ତି। ସ୍ପେନ୍‌ଠାରେ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପଦକ ପ୍ରଦାନ କରି ସମ୍ବର୍ଧିତ କରାଯାଇଥିଲା। ବିଶ୍ବ ଖେଳି ସୋମବାର ଭୁବନେଶ୍ବର ଫେରିବା ପରେ ତାଙ୍କୁ ବିମାନବନ୍ଦରରେ ଅନେକ କ୍ରୀଡ଼ା ବ୍ୟକ୍ତିତ୍ବ ସମ୍ବର୍ଧିତ କରିଥିଲେ। ସଂପ୍ରତି ସେ ଫୁଲ୍‌ନଖରାସ୍ଥିତ ଡିପିଏସ୍‌ କଳିଙ୍ଗ ବିଦ୍ୟାଳୟରେ ଦଶମ ଶ୍ରେରୀରେ ପଢ଼ୁଛନ୍ତି। ତାଙ୍କର ଏହି ସଫଳତା ଲାଗି ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘର ସଭାପତି ସୟଦ ମକ୍‌ବୁଲ ଅଲ୍ଲୀ ଓ ସମ୍ପାଦକ ବୀରେନ୍‌ ବେହେରା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର