ପାନ୍‌ ପାସିଫିକ ଦୌଡ଼କୁଦ ବଜ୍ରବାହୁଙ୍କୁ ରୌପ୍ୟ

ଭୁବନେଶ୍ବର: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଚାଲିଥିବା ପାନ୍‌ ପାସିଫିକ ମାଷ୍ଟର୍ସ ଗେମ୍ସରେ ଓଡ଼ିଶାର ବଜ୍ରବାହୂ ସୀମନ୍ତ କେଶରୀ ସାମଲ ଶନିବାର ପ୍ରଥମ ପଦକ ହାସଲ କରିଛନ୍ତି। ୨୦୦ ମିଟର ଦୌଡ଼ରେ ସେ ରୌପ୍ୟ ପଦକ ପାଇଛନ୍ତି। ୪୫ ବର୍ଷରୁ ଉର୍ଧ୍ବ ବୟସ ବର୍ଗର ୬୦, ୧୦୦ ଏବଂ ୪୦୦ ମିଟର ଦୌଡ଼ରେ ମଧ୍ୟ ସେ ଭାଗନେବେ। ଯାଜପୁରରୋଡ ବ୍ୟାସନଗର ନିବାସୀ ବଜ୍ରବାହୂ ବିଗତ ଦୁଇ ବର୍ଷ ଭିତରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ୨୦୧୭ରେ ମାଲେସିଆ ଅନ୍ତର୍ଜାତୀୟ ମିଟରେ ୨୦୦ ମିଟର କାଂସ୍ୟ, ଆଲ୍ଲାହାବାଦ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ, ନୂଆଦିଲ୍ଲୀ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟର୍ ସ୍ବର୍ଣ୍ଣ, ୨୦୧୮ରେ ଚଣ୍ଡୀଗଡ଼ ଜାତୀୟ ମାଷ୍ଟର୍ସରେ ମଧ୍ୟ ସମାନ ଦ୍ବିମୁକୁଟ ବଜାୟ ରଖିଥିଲେ।

ସମ୍ବନ୍ଧିତ ଖବର