ଦୁଇ ଦିନ ପରେ ବିରାଟ-ଅନୁଷ୍କାଙ୍କ ବାହାଘର, ଜାଣନ୍ତୁ ସେମାନଙ୍କ ସମ୍ପତ୍ତିର ମୂଲ୍ୟ

ସେଲିବ୍ରେଟି ଦମ୍ପତ୍ତିଙ୍କ ପାଖରେ ୮ଟି ବିଳାସମୟ କାର, ମୂଲ୍ୟ ୧୪ କୋଟି ଟଙ୍କା

ମୁମ୍ବାଇ: ଦୁଇ ଦିନ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଅର୍ଦ୍ଧାଙ୍ଗିନୀ କରିବେ। ଏଥିପାଇଁ ‘ମିଲାନ’ ସହରକୁ ଅଭିଭାବକ ଅଜୟ କୁମାର ଶର୍ମା ଓ ଅସିମା ଶର୍ମା ଏବଂ ଭାଇ କର୍ଣ୍ଣେଶ ଶର୍ମାଙ୍କ ସହିତ ବିରାଟ ଗସ୍ତ କରି ସାରିଛନ୍ତି। ବିବାହ ପରେ କୋହଲି-ଅନୁଷ୍କା ୬୦୨ କୋଟି ଟଙ୍କାର ମାଲିକ-ମାଲିକାଣୀ ହେବେ।

ସାମାଜିକ ବନ୍ଧନ କଥା ଛାଡ଼ି ଆମେ ପାଠକଙ୍କ ପାଇଁ ବିରାଟ-ଅନୁଷ୍କାଙ୍କ ସମ୍ପତ୍ତି ସମ୍ପର୍କରେ ଉପସ୍ଥାପନା କରିବାକୁ ଉଦ୍ୟମ କରିଛୁ। ରିପୋର୍ଟ ଅନୁସାରେ ଅନୁଷ୍କାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨୨୦ କୋଟି ଟଙ୍କା। ସେ ଫିଲ୍ମ ପ୍ରତି ହାରାହାରି ୧୦ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ସେହିପରି ଅନୁଷ୍କାଙ୍କ ବିଜ୍ଞାପନ ପାଇଁ ପ୍ରାୟ ୪ କୋଟି ଟଙ୍କା ନେଇଥାନ୍ତି। ଅନୁଷ୍କାଙ୍କ ବ୍ୟବସାୟରେ ବ୍ୟକ୍ତିଗତ ବିନିଯୋଗ ହେଉଛି ୩୬ କୋଟି ଟଙ୍କା। ତାଙ୍କର ୪ଟି ବିଳାସମୟ କାର ମୂଲ୍ୟ ୫କୋଟି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅନୁଷ୍କାଙ୍କ ପାଖରେ ବିଏମ୍‌ଡବ୍ଲୁ, ରେଞ୍ଜ ରୋଭର ଓ ମର୍ସିଡିଜ୍‌ ଅଛି। ବିଗତ ୩ ବର୍ଷ ମଧ୍ୟରେ ଅନୁଷ୍କାଙ୍କ ସମ୍ପତ୍ତି ୮୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିଭଳି ବାର୍ଷିକ ୩୦ ପ୍ରତିଶତ ବିନିଯୋଗରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି।

୨୦୧୪ରେ ଅନୁଷ୍କା ଭାଇ କରନ ଶର୍ମାଙ୍କ ସହିତ ଏକ ପ୍ରଡକସନ୍‌ ହାଉସ ‘କ୍ଲିନ୍‌ ସ୍ଲେଟ୍‌ ଫିଲ୍ମସ୍‌’ କରିଛନ୍ତି। ଏଥିରେ ୨୧ କୋଟି ଟଙ୍କା ବିନିଯୋଗ ହୋଇଛି। ସେ ମୁମ୍ବାଇର ଭେରସୋଭା ଅଞ୍ଚଳରେ ଥିବା ‘ବଦ୍ରିନାଥ ଟାଓ୍ଵାର’ରୁ ୩ଟି ଫ୍ଲାଟ କିଣିଛନ୍ତି। ୨୦୧୨ ରେ କିଣାଯାଇଥିବା ୬୦୦୦ ବର୍ଗ ଫୁଟର ଏହି ଫ୍ଲାଟଗୁଡ଼ିକର ମୂଲ୍ୟ ହେଉଛି ୧୦ କୋଟି ଟଙ୍କା। ଏତଦ୍‌ ବ୍ୟତୀତ ଅନୁଷ୍କା କପଡ଼ା ବ୍ୟବସାୟ ବଜାରକୁ ମଧ୍ୟ ଓହ୍ଲାଇଛନ୍ତି। ସେ ସୁଦିତୀ ଇଣ୍ଡଷ୍ଟ୍ରିଜ ସହିତ ହାତ ମିଳାଇଛନ୍ତି, ଯେଉଁ କମ୍ପାନି କେବଳ ମହିଳାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରିଥାଏ। ଏହି କମ୍ପାନିରେ ପ୍ରସ୍ତୁତ ହେଉଥିବା ପୋଷାକର ମୂଲ୍ୟ ୬୯୯ରୁ ୩୩୦୦ ଟଙ୍କା ପର୍ଯ୍ୟନ୍ତ।

ସୂଚନାଯୋଗ୍ୟ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଇଟାଲିରେ ବିବାହ ସମ୍ପନ୍ନ ହେବା ପରେ ଆଗାମୀ ଡିସେମ୍ବର ୨୧ରେ ମୁମ୍ବାଇରେ ଏକ ଭବ୍ୟ ରିସେପ୍‌ସନ୍‌ର ଆୟୋଜନ ହେବାକୁ ଯାଉଛି। ବିବାହ ପାଇଁ ଅନୁଷ୍କା ଶର୍ମାଙ୍କ ଡ୍ରେସ ପ୍ରସ୍ତୁତ କରିଛନ୍ତି ଡିଜାଇନର ସବ୍ୟସାଚୀ ମୁଖାର୍ଜୀ। ଅନୁଷ୍କା ଶର୍ମାଙ୍କ ପ୍ରଥମ ଫିଲ୍ମ ‘ରବ୍‌ ଦେ ବନାଦି ଯୋଡ଼ି’ ୨୦୦୮ ଡିସେମ୍ବର ୧୨ରେ ରିଲିଜ ହୋଇଥିଲା। ସେଥିପାଇଁ ବାହା ଘର ଡିସେମ୍ବର ୧୨ରେ ହେବାକୁ ଯାଉଛି।

ଅନୁଷ୍କାଙ୍କ ସମ୍ପତ୍ତି ବିଷୟରେ ଅବଗତ ହେବା ପରେ ଜାଣନ୍ତୁ ବିରାଟଙ୍କ ସମ୍ପତ୍ତି ସାମ୍ରାଜ୍ୟ ସମ୍ପର୍କରେ। ବିଶ୍ୱ କ୍ରିକେଟର ଲୋକପ୍ରିୟ ଅଧିନାୟକ ବିରାଟଙ୍କ ସମୁଦାୟ ସମ୍ପତ୍ତି ହେଉଛି ୩୮୨ କୋଟି ଟଙ୍କା। କୋହଲି ବାର୍ଷିକ ୧୨୧ କୋଟି ଟଙ୍କା ରୋଜଗାର କରନ୍ତି। ସେ ଏହାକୁ ବିସିସିଆଇ ଓ ଆଇପିଏଲ ଠାରୁ ଦରମା ଓ ବିଜ୍ଞାପନରୁ ରୋଜଗାର କରନ୍ତି।

କୋହଲିଙ୍କ ପାଖରେ ୪ଟି ବିଳାସମୟ କାର ରହିଛି, ଯାହାର ମୂଲ୍ୟ କୋଟି ଟଙ୍କା। ଏଥିରେ ମର୍ସିଡିଜ, ଅଡି, ବିଏମ୍‌ଡବ୍ଲୁ ଓ ଫକ୍ସଓ୍ଵାଗନ ସାମିଲ ଅଛି। କୋହଲି ଗୋଟିଏ ବାର୍ଷିକ ଆଇପିଲ ସଂସ୍କରଣ ପାଇଁ ୧୪ କୋଟି ଟଙ୍କା ନିଅନ୍ତି। ରୋୟାଲ ଚ୍ୟାଲେଞ୍ଜରସ ବେଙ୍ଗାଲୁରୁର କୋହଲି ହେଉଛନ୍ତି ସବୁଠାରୁ ଦାମୀ ଖେଳାଳି।

ରିପୋର୍ଟ ଅନୁସାରେ କୋହଲି ଗୋଟିଏ ଦିନିକିଆ ମ୍ୟାଚ ପାଇଁ ୩ଲକ୍ଷ ଟଙ୍କା ନିଅନ୍ତି। ସେହିଭଳି ତାଙ୍କର ଟେଷ୍ଟ ଓ ଟି-୨୦ ମ୍ୟାଚର ମୂଲ୍ୟ ହେଉଛି ୨ଲକ୍ଷ ଟଙ୍କା। କୋହଲି ବାର୍ଷିକ ୨୮ କୋଟି ଟଙ୍କା ଆୟକର ଜମା କରିଥାନ୍ତି। ୩ କୋଟି ଟଙ୍କା ବ୍ୟାଙ୍କ ଜମା ଓ ୧୮ କୋଟି ଟଙ୍କା ବ୍ୟବସାୟରେ ବିନିଯୋଗ କରିଥିବା କୋହଲି କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ନିକଟରେ ପ୍ରକାଶିତ ‘ଫୋବର୍ସ’ ପତ୍ରିକାରେ ବିରାଟ ୭ମ ସ୍ଥାନରେ ଥିଲେ। ପ୍ରସିଦ୍ଧ ଫୁଟବଲ ତାରକା ଲିୟୋନ ମେସି(୯ମ ସ୍ଥାନ)ଙ୍କୁ ପଛରେ ପକାଇଛନ୍ତି କୋହଲି।

କୋହଲିଙ୍କ ୨ଟି ଘର ଅଛି। ଗୋଟିଏ ଦିଲ୍ଲୀରେ ଓ ଅନ୍ୟଟି ମୁମ୍ବାଇରେ। ମୁମ୍ବାଇର ଓ୍ଵାର୍ଲିରେ ୩୪ ମହଲା ‘ସ୍କାଏ ବଙ୍ଗଳା’ର ୭,୧୭୧ ବର୍ଗ ଫୁଟ ଫ୍ଲାଟର ମୂଲ୍ୟ ହେଉଛି ୩୪ କୋଟି ଟଙ୍କା।

ସମ୍ବନ୍ଧିତ ଖବର