ଏଜ୍ବାଷ୍ଟନ: ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗ୍ସର ବାମହାତୀ ସ୍ପିନର ହରପ୍ରୀତ ବ୍ରାର୍ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛନ୍ତି। ଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି। ଭାରତୀୟ ଅଧିନାୟକ ତଥା ପଞ୍ଜାବ ଜନ୍ମିତ ଶୁବମନ ଗିଲ୍ଙ୍କ ଅନୁରୋଧରେ ସେ ବି ନେଟ୍ସରେ ଯୋଗ ଦେଇ ବୋଲିଂ ଆରମ୍ଭ କରି ଦେଇଛନ୍ତି। ତାଙ୍କୁ କେବଳ ଅଭ୍ୟାସ ଉଦେଶ୍ୟରେ ସାମିଲ କରାଯାଇଥିବାରୁ ସେ ଅଣଦଳୀୟ ପୋଷାକ ପିନ୍ଧି ବୋଲିଂ କରିଥିଲେ। ବିସିସିଆଇ ବ୍ରାର୍ଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ବ୍ରାର୍, ପତ୍ନୀଙ୍କ ଘରୋଇ ସହର ସ୍ବିଡେନ୍ରେ ଥିବା ଉଲ୍ଲେଖ କରିବା ସହ ଅଧିନାୟକ ଗିଲ୍ଙ୍କ ମେସେଜ୍ ପାଇବା ପରେ ସେ ତା’ପରଦିନ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇଥିବା କହିଛନ୍ତି। ‘‘ମୋ ପତ୍ନୀର ଘର ସ୍ବିଡେନ୍। ଏହା ବର୍ମିଂହାମ୍ର ଅତି ନିକଟରେ। ମାତ୍ର ୧-୧.୫ ଘଣ୍ଟା ସମୟ ଲାଗୁଛି। ଶୁବମନ ମତେ କାଲି ମେସେଜ୍ କଲେ। ତେଣୁ ମୁଁ ବର୍ମିଂହାମକୁ ଆସିଲି ଏବଂ ଅଭ୍ୟାସ କଲି’’ ବୋଲି ଏହି ଭିଡିଓରେ ସେ କହିଛନ୍ତି। ବ୍ରାର୍ଙ୍କ ବାଦ୍ ଚଣ୍ଡିଗଡ଼ର ଆନ୍ୟ ଜଣେ ବୋଲର ଜଗଜିତ ସିଂହ ସାନ୍ଧୁ ମଧ୍ୟ ଭାରତୀୟ ନେଟ୍ସରେ ଗେଷ୍ଟ୍ ବୋଲର୍ ରହିଥିଲେ।
ଭାରତୀୟ ଅଭ୍ୟାସ ଶିବିରରେ ବ୍ରାର୍
ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗ୍ସର ବାମହାତୀ ସ୍ପିନର ହରପ୍ରୀତ ବ୍ରାର୍ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛନ୍ତି। ଏଜ୍ବାଷ୍ଟନ୍ରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି।
/sambad/media/media_files/2025/06/30/sports-2025-06-30-11-39-37.jpg)