ବେଲଫେଷ୍ଟ: ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ପକାଇଥିବା ପ୍ରଥମ ଓଭରରେ ହ୍ୟାଟ୍ରିକ୍ ଅର୍ଜନ କରି ନ୍ୟୁଜିଲାଣ୍ଡ ଅଲ୍ରାଉଣ୍ଡର ମାଇକେଲ୍ ବ୍ରାସୱେଲ୍ ଇତିହାସ ରଚିଛନ୍ତି। ଅଫ୍ସ୍ପିନର ତଥା ୩୧ ବର୍ଷୀୟ ବ୍ରାସୱେଲ୍ ନିଜ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବଲ୍ରେ ୱିକେଟ୍ ନେଇଥିଲେ। ପ୍ରତିପକ୍ଷ ଆୟର୍ଲାଣ୍ଡ ଅଲଆଉଟ୍ ହୋଇଯିବାରୁ ଅଧିକ ୱିକେଟ୍ କରାୟତ୍ତ କରିପାରି ନଥିଲେ। ମାତ୍ର ୫ଟି ବଲ୍ ପକାଇ ୩ ୱିକେଟ୍ ନେବା ସହ କୌଣସି ରନ୍ ବ୍ୟୟ କରିନଥିଲେ ସେ। ଯାହା ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ର ଥିଲା ପ୍ରମୁଖ ଆକର୍ଷଣ । ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୭୯ ରନ୍ କରିଥିଲା। ଡେନ୍ କ୍ଲେଭର ୫୫ ବଲ୍ରୁ ୭୮* ରନ୍ର ବିସ୍ଫୋରକ ପାଳି ଖେଳିଥିଲେ। ଏହାର ଜବାବରେ ଅନଭିଜ୍ଞ ଆୟର୍ଲାଣ୍ଡ ୧୩.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୯୧ ରନ୍ କରିପାରିଥିଲା। କ୍ଲେଭରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେହିଭଳି ତିନି ଟିକିଆ ଶୃଙ୍ଖଳାକୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୨-୦ରେ ଜିତି ନେଇଥିଲା। ଦୁଇ ଦଳ ମଧ୍ୟରେ ଗୁରୁତ୍ବହୀନ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୁକ୍ରବାର ଖେଳାଯିବ।
ପ୍ରଥମ ଟ୍ବେଣ୍ଟି-୨୦ ଓଭରରେ ବ୍ରାସୱେଲଙ୍କ ହ୍ୟାଟ୍ରିକ୍
/sambad/media/post_attachments/wp-content/uploads/2022/07/65465465456adddagdag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)