େଓ୍ଵଲିଂଟନ୍: ଓ୍ଵିକେଟ୍ ରକ୍ଷକ ବ୍ଲଣ୍ଡେଲ୍ (୧୦୭*) ଓ କଲିନ୍ ଗ୍ରାଣ୍ଡ୍ହୋମ୍ (୧୦୫)ଙ୍କ ଶତକ ସାଙ୍ଗକୁ ପୂର୍ବତନ ଅଧିନାୟକ ରସ୍ ଟେଲର (୯୩) ଓ ହେନରି ନିକୋଲ୍ସ (୬୬)ଙ୍କ ଅର୍ଧଶତକୀୟ ପାଳି ବଳରେ ଘରୋଇ ନ୍ୟୁଜିଲାଣ୍ଡ୍ ଦଳ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ବଡ଼ ସ୍କୋର୍ କରି ମ୍ୟାଚ୍ ନିଜ ପକ୍ଷକୁ ନେଇଯାଇଛି। ଭ୍ରମଣକାରୀ ଦଳର ପ୍ରଥମ ପାଳିକୁ ୧୩୪ ରନ୍ରେ ସୀମିତ ରଖିବା ପରେ ନ୍ୟୁଜିଲାଣ୍ଡ୍ ତୃତୀୟ ଦିବସରେ ୫୨୦/୯ରେ ପାଳି ଘୋଷଣା କରିଦେଇଛି। ପୂର୍ବଦିନ ୪୪୭/୯ରୁ ଖେଳିଥିବା ନ୍ୟୁଜିଲାଣ୍ଡ୍ ରବିବାର ତୃତୀୟ ଦିବସରେ ଆଉ ୭୩ ରନ୍ ଯୋଡ଼ି ପାଳି ଘୋଷଣା କରିଦେଇଥିଲା। ବ୍ଲଣ୍ଡେ୍ଲ ନିଜ ସ୍କୋର୍ରେ ୫୦ ରନ୍ ଯୋଡ଼ି ଅପରାଜିତ ରହିଥିଲେ। ଫଳରେ ଘରୋଇ ଦଳ ପ୍ରଥମ ପାଳିରେ ୩୮୬ ରନ୍ର ଅଗ୍ରଣୀ ହାସଲ କରିଥିଲା। ଇଣ୍ଡିଜ୍ ପକ୍ଷରୁ ରୋଚ୍ ୩, କୁମିନ୍ସ ଓ ଚେଜ୍ ୨ ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ଜବାବରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ବ୍ରାଥ୍େଓ୍ଵଟ୍ ସାଥୀ କିରଣ ପାେଓ୍ଵଲ୍ (୪୦)ଙ୍କ ସହ ପ୍ରଥମ ଓ୍ଵିକେଟ୍ରେ ୭୨ ଏବଂ ହେଟ୍ମିର୍ (୬୬)ଙ୍କ ସହ ଦ୍ୱିତୀୟ ଓ୍ଵିକେଟ୍ରେ ୯୪ ରନ୍ ଯୋଡ଼ି ଲଢ଼େଇ ଜାରି ରଖିଛନ୍ତି। ତଥାପି ମ୍ୟାଚ୍ ଆହୁରି ଦୁଇ ଦିନ ବାକି ଥିବାରୁ ଇଣ୍ଡିଜ୍ ଦଳ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି। ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୨ ଓ୍ଵିକେଟ୍ ବିନିମୟରେ ୨୧୪ ରନ୍ କରିଥିବା ଇଣ୍ଡିଜ୍ ଦଳ ଏବେ ବି ୮ ଓ୍ଵିକେଟ୍ ହାତରେ ରଖି ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି ସ୍କୋର୍ଠୁ ୧୭୨ ରନ୍ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର: େଓ୍ଵଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୩୪। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୫୨୦/୯ରେ ଘୋଷଣା (କଲିନ୍ ଗ୍ରାଣ୍ଡ୍ହୋମ୍-୧୦୫, ରସ୍ ଟେଲର୍-୯୩, ହେନରି ନିକୋଲ୍ସ-୬୭, ବ୍ଲଣ୍ଡେଲ୍-୧୦୭, କେମାର ରୋଚ୍-୩/୮୫, କମିନ୍ସ-୨/୯୨, ରସ୍ତନ ଚେଜ୍-୨/୯୫)। େଓ୍ଵଷ୍ଟଇଣ୍ଡିଜ୍ ଦ୍ୱିତୀୟ ପାଳି: ୨୧୪/୨ (କ୍ରେଗ୍ ବ୍ରାଥ୍େଓ୍ଵଟ୍-୭୯*, କିରଣ ପାେଓ୍ଵଲ-୪୦, ହେଟ୍ମିର୍-୬୬, ସାଇ ହୋପ୍-୨୧*, ମ୍ୟାଟ୍ ହେନ୍ରି-୨/୩୩)।