ଟ୍ବେଣ୍ଟି-୨୦ରେ ପ୍ରଥମ ଖେଳାଳି ଭାବେ ୬୦୦ ୱିକେଟ୍‌ ନେଲେ ବ୍ରାଭୋ

ଲଣ୍ଡନ : ଚଳିତ ‘ଦ ହ‌ଣ୍ଡ୍ରେଡ୍‌’ ପ୍ରତିଯୋଗିତା ଅବସରରେ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ ସର୍ବାଧିକ ୬୦୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ରଚିବାର ଦୁଇ ଦିନ ପରେ ଅନ୍ୟତମ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବାନ୍‌ ବ୍ରାଭୋ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୬୦୦ ୱିକେଟ୍‌ ଅକ୍ତିଆର କରିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏଭଳି ସଫଳତା ହାସଲ କରିବାରେ ବ୍ରାଭୋ ପ୍ରଥମ ଖେଳାଳି ହୋଇଛନ୍ତି।

ଗୁରୁବାର ବ୍ରାଭୋ ତାଙ୍କ ଟ୍ବେଣ୍ଟି-୨୦ କ୍ୟାରିୟରରେ ୫୧୬ତମ ମ୍ୟାଚ୍‌ରୁ ଏହି ମା‌ଇଲଖୁଣ୍ଟ ଛୁଇଁଛନ୍ତି। ‘ଦ ହଣ୍ଡ୍ରେ‌ଡ୍‌’ରେ ନର୍ଦର୍ନ ସୁପରଚେଞ୍ଜର୍ସ ପକ୍ଷରୁ ଖେଳୁଥିବା ବ୍ରା‌ଭୋ ଓଭାଲ ଇନ୍‌ଭିନ୍‌ସିବଲ ବିପକ୍ଷ ମ୍ୟାଚ୍‌ରେ ରିଲି ରୁସୋଙ୍କୁ ଏଲ୍‌ବିଡବ୍ଲୁ କରିବା ପରେ ସାମ୍‌ କରନଙ୍କୁ ଆଉଟ୍‌ କରି ୬୦୦ତମ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାକୁ ସ୍ବତନ୍ତ୍ର ଶୈଳୀରେ ବ୍ରାଭୋ ପାଳନ କରିଥିଲେ। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ବ୍ରାଭୋଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ଆଫ୍‌ଗାନିସ୍ତାନର ରସିଦ୍‌ ଖାନ୍‌ (୪୬୬) ଏବଂ ୱେଷ୍ଟଇଣ୍ଡିଜ୍‌ର ସୁନିଲ ନାରାୟଣ (୪୫୭) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର