ଏଥର ଆଇପିଏଲରେ ଏହି ଅବତାରରେ ନଜର ଆସିବେ ବ୍ରାଭୋ !

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ଖେଳାଳି ଡୱେନ ବ୍ରାଭୋ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ପୂର୍ବରୁ ଟୁର୍ନାମେଣ୍ଟରୁ ଅବସର ନେଇଛନ୍ତି। ଆଉ ଅବସର ପରେ ଆଜି ସିଏସକେ ତାଙ୍କୁ ଏକ ବଡ ଦାୟିତ୍ୱ ଦେଇଛି | ଚେନ୍ନାଇ ବ୍ରାଭୋଙ୍କୁ ଦଳର ବୋଲିଂ କୋଚ୍ କରିଛି। ସିଏସକେ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣରୁ ଲକ୍ଷ୍ମୀପତି ବାଲାଜୀ ଏକ ବର୍ଷର ବିରତି ନେଉଥିବାରୁ ବ୍ରାଭୋଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଉଛି । ଯଦି ଆମେ ବ୍ରାଭୋଙ୍କ କ୍ୟାରିଅରକୁ ଦେଖିବା, ତେବେ ସେ ଏପର୍ଯ୍ୟନ୍ତ ଆଇପିଏଲରେ ୧୫୬୦ ରନ୍ ସ୍କୋର କରିବା ସହିତ ୧୮୩ଟି ୱିକେଟ୍ ନେଇଛନ୍ତି।


ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସିଜିନରୁ ବ୍ରାଭୋ ଟୁର୍ନାମେଣ୍ଟରେ ଭାଗ ନେଇଥିବାବେଳେ ସେ ତାଙ୍କ ଆଇପିଏଲ କ୍ୟାରିୟର ମୁମ୍ବାଇ ଇଣ୍ଡିଆନ୍ସରୁ ଆରମ୍ଭ କରିଥିଲେ | କୌତୁହଳର ବିଷୟ ଯେ ସେ ଚେନ୍ନାଇ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିଲେ। ଯଦି ଆମେ ବ୍ରାଭୋଙ୍କ ସାମଗ୍ରିକ ଆଇପିଏଲ୍ କ୍ୟାରିୟରକୁ ଦେଖିବା ତେବେ ସେ ୧୬୧ଟି ମ୍ୟାଚରେ ୧୫୬୦ ରନ୍ ସଂଗ୍ରହ କରିଛନ୍ତି | ଏହି ସମୟ ମଧ୍ୟରେ ବ୍ରାଭୋ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ | ସେ ଟୁର୍ନାମେଣ୍ଟରେ ୧୮୩ଟି ୱିକେଟ୍ ନେଇଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରେ ୨୨ ରନରେ ୪ଟି ୱିକେଟ୍ ଥିଲା | ଚେନ୍ନାଇ ଏବଂ ମୁମ୍ବାଇ ବ୍ୟତୀତ ବ୍ରାଭୋ ଟୁର୍ଣ୍ଣାମେଣ୍ଟରେ ଗୁଜୁରାଟ ଲାୟନ୍ସ ପାଇଁ ମଧ୍ୟ ଖେଳିଛନ୍ତି।

ସମ୍ବନ୍ଧିତ ଖବର