ତ୍ରିନିଦାଦ୍ ଓ ଟବାଗୋ: ଏକଦା ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିବା ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋ ଗୁରୁବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଗଲେ। ୩୫ ବର୍ଷ ବୟସ୍କ ବ୍ରାଭୋ ୨୦୦୪ରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ହେଲେ ଗତ ଦୁଇ ବର୍ଷ ଧରି ସେ ଇଣ୍ଡିଜ୍ ଦଳରୁ ବାହାରେ ରହିଆସିଥିଲେ। ୨୦୧୬ ସେପ୍ଟେମ୍ବରେର ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍ ବ୍ରାଭୋଙ୍କ ପାଇଁ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଥିଲା। ଫଳରେ ସେ ହତୋତ୍ସାହିତ ହୋଇପଡ଼ିଥିଲେ ଏବଂ ଜାତୀୟ ଦଳକୁ ତାଙ୍କ ପ୍ରତ୍ୟାବର୍ତନ ଆଶା ହରାଇ ସାରିଥିଲେ। ଫଳରେ ଗୁରୁବାର ସମସ୍ତ ପ୍ରକାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିେଦଲେ। ମୁଁ ବିଦ୍ଧିବଦ୍ଧ ଭାବେ ଏହି ଘୋଷଣା କଲି ବୋଲି ବ୍ରାଭୋ କହିଛନ୍ତି। ବ୍ରାେଭା ତାଙ୍କର ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଜୀବନ କାଳରେ ୪୦ ଟେଷ୍ଟ, ୧୬୪ ଦିନିକିଆ ଏବଂ ୬୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୦ରେ ନିଜର ଶେଷ ଟେଷ୍ଟ ଏବଂ ୨୦୧୪ରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଭାରତ ବିପକ୍ଷ ଧର୍ମଶାଳା ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ଥିଲା। ଟେଷ୍ଟରେ ୨୨୦୦ ରନ୍ (୩ ଶତକକ) ଓ ୮୬ ୱିକେଟ୍ ଅକ୍ତିଆର କରିଥିବା ବ୍ରାଭୋ ଦିନିକଆରେ ୨୯୬୮ ରନ୍ ସାଙ୍ଗକୁ ୧୯୯ ୱିକେଟ୍ ଦଖଲ କରିଛନ୍ତି। ଆନ୍ତର୍ଜାତିକ ଅବସର ଘୋଷଣା ସତ୍ତ୍ବେ ସେ ସାରା ବିଶ୍ବରେ ଆୟୋଜିତ ହେଉଥିବା ଫ୍ରାଞ୍ଚାଇଜ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଖେଳିବା ଜାରି ରଖିବେ ବୋଲି ବ୍ରାଭୋ ସ୍ପଷ୍ଟ କରିଛନ୍ତି।
ଆନ୍ତର୍ଜାତିକ କ୍ରିକେଟ୍ରୁ ବ୍ରାଭୋଙ୍କ ଅବସର
/sambad/media/post_attachments/wp-content/uploads/2018/10/Dwayne-BRAVO.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)