ଦୁବାଇ : ଚଳିତ ଟି-୨୦ ବିଶ୍ବକପ୍ ପରେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଯିବେ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବାନ୍ ବ୍ରାଭୋ। ପୂର୍ବରୁ ୨୦୧୮ରେ ସେ ଅବସର ଘୋଷଣା କରିଥିଲେ। ହେଲେ ୨୦୧୯ରେ ନିଷ୍ପତ୍ତି ବଦଳାଇ ଖେଳ ଜାରି ରଖିଥିଲେ। ହେଲେ ଟି-୨୦ ବିଶ୍ବକପ୍ ପରେ ଆନ୍ତର୍ଜାତିକ କ୍ରିକେଟ୍ରୁ ପୂରା ଦୂରେଇଯିବେ ବୋଲି ବ୍ରାଭୋ ସ୍ପଷ୍ଟ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଚଳିତ ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ ଦୌଡ଼ରୁ ପୂରା ବାଦ୍ ପଡ଼ିସାରିଥିବାରୁଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ତାଙ୍କର ବିଦାୟୀ ମ୍ୟାଚ୍ ହେବ ବୋଲି ବ୍ରାଭୋ ସ୍ପଷ୍ଟ କରିଛନ୍ତି। ସେ ୱେଷ୍ଟ୍ଇଣ୍ଡିଜ୍ ପାଇଁ ଏପର୍ଯ୍ୟନ୍ତ ୯୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲା ବେଳେ ୧୨୪୫ ରନ୍ କରିଛନ୍ତି ଏବଂ ୭୮ ୱିକେଟ୍ ଦଖଲ କରିଛନ୍ତି।
ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବେ ବ୍ରାଭୋ, ଆଜି ଖେଳିବେ ବିଦାୟୀ ମ୍ୟାଚ୍
/sambad/media/post_attachments/wp-content/uploads/2021/11/2a-1.jpg)