ବ୍ରାଭୋ ଆଉ ଦୁଇଟି ମ୍ୟାଚ୍‌ରେ ଖେଳିବେନି: ଫ୍ଲେମିଂ

ଦୁବାଇ: ମୁମ୍ବାଇ ବିପକ୍ଷ ଶନିବାର ପ୍ରଥମ ମ୍ୟାଚ୍‌ରୁ ବଞ୍ଚିତ ହୋଇଥିବା ଅସୁସ୍ଥ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବା‌ନେ ବ୍ରାଭୋ ଚଳିତ ଆଇପିଏଲ୍‌ର ଆଉ ଦୁଇଟି ମ୍ୟାଚ୍‌ରେ ଖେଳିବେନି ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂ ରବିବାର ସ୍ପଷ୍ଟ କରିଛନ୍ତି। କାରବୀୟ ପ୍ରିମିୟର ଲିଗ୍‌ (ସିପିଏଲ୍‌)‌ ବେଳେ ବ୍ରାଭୋଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ‌ଏହି ସମସ୍ୟାରୁ ମୁକୁଳିବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଫଳରେ ସେ ଦଳର ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିପାରିବେନି ବୋଲି ଫ୍ଲେମିଂ କହଛନ୍ତି। ଚଳିତ ବର୍ଷ ‌ସିଏସ୍‌କେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୩ ଥରର ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଏହି ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ୪ ଥରର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ବ୍ରାଭୋଙ୍କ ସ୍ଥାନରେ ଖେଳିଥିବ‌ା ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ କରନ ୬ ବଲ୍‌ରେ ୧୮ ରନ୍‌ କରିବା ସହ ‌ଗୋଟିଏ ୱିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫ୍ଲେମିଂ ମଧ୍ୟ ମୁମ୍ବାଇ ବିପକ୍ଷରେ ଅର୍ଧଶତକ ହାସଲ କରିଥିବା ଅମ୍ବାତି ରାୟୁଡ଼ୁ ଓ ଡୁ’ପ୍ଲେସିସ୍‌ଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର