ମସ୍କୋ: ପାଞ୍ଚ ଥର ବିଶ୍ୱ ବିଜେତା ବ୍ରାଜିଲ ବିଶ୍ୱକପ୍ରେ ସର୍ବାଧିକ ଗୋଲ୍ ଦେବାର କୀର୍ତ୍ତିମାନ କରିଛି। ଏହି କ୍ରମରେ ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ ୟୁରୋପୀୟ ମହାଶକ୍ତି ଜର୍ମାନିକୁ ଟପିଛି। ମସ୍କୋ ମହାସମରର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ଜର୍ମାନି ବିଶ୍ୱକପ୍ରେ ୨୨୬ ଗୋଲ୍ କରିଥିଲା। ମେକ୍ସିକୋ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍ ପୂର୍ବରୁ ବ୍ରାଜିଲ ମଧ୍ୟ ଠିକ୍ ୨୨୬ ଗୋଲ୍ ଦେଇ ତା’ ସହ ସମାନ ସ୍ତରରେ ଥିଲା। ହେଲେ ଏହି ମୁକାବିଲାରେ ଦୁଇଟି ଗୋଲ୍ ଦେଇ ଜର୍ମାନିକୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଥିଲା। ଗୋଲ୍ କରିବା ମାମଲାରେ ଅନ୍ୟ କୌଣସି ଦଳ ବ୍ରାଜିଲ ଏବଂ ଜର୍ମାନିର ଆଖପାଖରେ ବି ନାହାନ୍ତି। ଏହି ଦୁଇ ଦଳ ହିଁ ବିଶ୍ୱକପ୍ରେ ୨୦୦ରୁ ଅଧିକ ଗୋଲ୍ ଦେଇଛନ୍ତି। ଆର୍ଜେଣ୍ଟିନା ତୃତୀୟ ସ୍ଥାନରେ ରହିଛି। ଏହି ଦଳ ୮୧ ମ୍ୟାଚ୍ ଖେଳି ୧୩୭ ଗୋଲ୍ କରିଛି। ଜର୍ମାନିକୁ ଗୋଲ୍ କରିବାରେ ଟପି ସାରିଥିବା ବ୍ରାଜିଲ ଆଉ ଏକ ବିଶ୍ୱ କୀର୍ତ୍ତିମାନର ଦ୍ୱାର ଦେଶରେ ରହିଛି। ବେଲ୍ଜିୟମ ବିପକ୍ଷ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହେବା ସହ ବ୍ରାଜିଲ ବିଶ୍ୱକପ୍ରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ଜର୍ମାନି ସହ ସମକକ୍ଷ ହୋଇଯିବ। ବ୍ରାଜିଲର ଏହା ୧୦୯ତମ ବିଶ୍ୱକପ୍ ମ୍ୟାଚ୍ ହେବ। ଜର୍ମାନି ମଧ୍ୟ ଠିକ୍ ସେତିକି ମ୍ୟାଚ୍ ଖେଳିଛି।
ବ୍ରାଜିଲର ସର୍ବାଧିକ ଗୋଲ୍ କୀର୍ତ୍ତିମାନ
/sambad/media/post_attachments/wp-content/uploads/2018/07/nemar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)