ବିରୁଟ୍: ୫ ଥର ବିଶ୍ୱକପ୍ ବିଜେତା ବ୍ରାଜିଲ୍ ଚଳିତ ଫିଫା ବିଶ୍ୱକପ୍ର କ୍ୱାର୍ଟରଫାଇନାଲ୍ରୁ ବିଦାୟ ନେବା ପରେ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ନୈରାଶ୍ୟର ବାତାବରଣ ଖେଳିଯାଇଛି। ବେଲ୍ଜିୟମ୍ ନିକଟରୁ ଶୁକ୍ରବାର ରାତିରେ ଦଳର ୧-୨ ପରାଜୟ ପରେ ଲେବାନନ ରାଜଧାନୀ ବିରୁଟ୍ରେ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଥିଲେ। ଆମେ ବ୍ରାଜିଲୀୟ ଏବଂ ବ୍ରାଜିଲ୍କୁ ଶେଷ ପର୍ଯ୍ୟନ୍ତ ସମର୍ଥନ କରିଥାଉ ବୋଲି ସେ କହିଥିଲେ। ପ୍ରଶଂସକ ଦଳର ବିଜୟ ଓ ପରାଜୟରେ ବି ସାଥିରେ ଥାଏ ବୋଲି କହିଥିଲେ ୨୪ ବର୍ଷୀୟ ସୟଦ ଅଲୀ। ବିରୁଟ୍ରେ ବିଭିନ୍ନ ଲୋକଙ୍କ ଘର ଓ କାନ୍ଥବାଡ଼ରେ ବ୍ରାଜିଲ୍ ଖେଳାଳିଙ୍କ ବଡ଼ ବଡ଼ ପୋଷ୍ଟର ଲଗାଯାଇଥିଲା। ୩୮ ବର୍ଷୀୟ ହେଦାର ବଦ୍ଦର୍ ବି ତାଙ୍କ ଘର ସାମନାରେ ପ୍ରୋଜେକ୍ଟର ଲଗାଇ ବେଲିଜିୟମ୍ ବିପକ୍ଷ ମ୍ୟାଚ୍ ପାଇଁ ପ୍ରଶଂସକଙ୍କୁ ଆକର୍ଷିତ କରିଥିଲେ। ପୁରୁଷ ପ୍ରାଧାନ୍ୟ ଏହି ପ୍ରଶଂସକମାନେ ମଧ୍ୟ ବ୍ରାଜିଲ୍ର ହଳଦିଆ ରଙ୍ଗ ବିଶ୍ୱକପ୍ ଜର୍ସି ପରିଧାନ କରିଥିଲେ। ବାଲ୍କୋନିରେ ବସି ଡ୍ରମ୍ ଓ ଭୁଭୁଜେଲା ବଜାଉଥିଲେ। ପଡ଼ୋଶୀ ହେଲେ ବି ବ୍ରାଜିଲ୍ ଆମ ପାଇଁ ନିଜ ଭଳି ବୋଲି କହିଥିଲେ ବଦ୍ଦର। କିନ୍ତୁ ପରାଜୟ ପରେ ବଦ୍ଦର ନିଜ ପିସ୍ତଲରୁ ଶୂନ୍ୟକୁ ଗୁଳି ଫୁଟାଇ ନିଜକୁ ଶାନ୍ତ କରିଥିଲେ। ବେଲ୍ଜିୟମ୍ ବିପକ୍ଷ ଏହି ପରାଜୟ କିନ୍ତୁ ଅନେକଙ୍କ ଆଖିରେ ଲୁହ ଭରି ଦେଇଥିଲା। ସୂଚନାଯୋଗ୍ୟ, ଉନବିଂଶ ଶତାବ୍ଦୀ ଶେଷ ଭାଗରୁ ବହୁ ଲେବାନୀୟ ବ୍ରାଜିଲ୍ ଆସିଯାଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରାଜିଲ୍ ରାଷ୍ଟ୍ରପତି ମାଇକେଲ୍ ଟେମର୍ ବି ସାମିଲ୍। ଏହି କାରଣରୁ ଫୁଟ୍ବଲ୍ କଥା ଆସିଲେ ଲେବାନୀୟମାନେ ବ୍ରାଜିଲ୍କୁ ଖୋଲା ସମର୍ଥନ କରିଥାନ୍ତି। ଆମେ ଅନେକ ଅସୁବିଧା ଯଥା, ସାଧାରଣ ସେବା, ସାମାଜିକ ସୁରକ୍ଷାରେ ଅସମାନତା ଆଦି ଭିତରେ ରହିଥିଲେ ମଧ୍ୟ ଫୁଟ୍ବଲ୍ ଆମକୁ ଦୈନଦିନ କଷ୍ଟଠୁ ଦୂରେଇ ଦିଏ ବୋଲି କହିଥିଲେ ଜଣେ ବେକାର ଲେବାନୀୟ ନାଗରିକ ହୁସେନ୍ ମହମ୍ମଦ।
ବିରୁଟ୍ରେ ବ୍ରାଜିଲ୍ ବିଦାୟ ଦୁଃଖ
/sambad/media/post_attachments/wp-content/uploads/2018/07/13-Brazil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)