ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ୍‌, ପ୍ରମୋଦଙ୍କୁ ଯୁଗଳ ସ୍ବର୍ଣ୍ଣ

ଭୁବନେଶ୍ବର: ବ୍ରାଜିଲ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତ ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକରେ ନିଜ ଦେଶର ମନୋଜ ସରକାରଙ୍କୁ ୨୨-୨୦, ୨୩-୨୧ରେ ହରାଇ ପ୍ରମୋଦ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ସେହିଭଳି ଯୁଗଳରେ ମନୋଜଙ୍କୁ ସାଥୀ କରି ଚୀନ୍‌ର ଚେନ୍ ଜିଆଉ ଓ ଗାଓ ୟୁୟାଙ୍ଗଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରି ଦ୍ବିତୀୟ ସ୍ବର୍ଣ୍ଣ କରାୟତ୍ତ କରିଥିଲେ। ପ୍ରମୋଦଙ୍କ ଏହି ସଫଳତା ଲାଗି ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ୍‌ ଦୁନିଆରେ ଖୁସିର ଲହରି ଖେଳିଯାଇଛି। ଏହା ପୂର୍ବରୁ ସେ ଏକକ ସେମିଫାଇନାଲରେ ୨୧-୧୫, ୨୧-୧୮ରେ ଫ୍ରାନ୍ସର ଡାଇସୁକ୍‌ ଫୁଜିହାରାଙ୍କୁ ପରାସ୍ତ କରିଥିଲେ। ସେହ‌ିଭଳି ଯୁଗଳ ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୮, ୨୧-୧୩ରେ ଫ୍ରାନ୍ସ ଯୋଡ଼ି ଗାଏଲି ଗୁଲଲାମ୍‌ ଓ ମାଥିଉ ଥମାସଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର