ଭୁବନେଶ୍ବର: ବ୍ରାଜିଲର ସାଓ ପାଓଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନରେ ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏକକ ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରମୋଦ ୨୧-୪, ୨୧-୨ରେ ସ୍ଥାନୀୟ ଖେଳାଳି ରେସନ ଫେରିଇରା ଡି’ଆବରେଉଙ୍କୁ ହରାଇଥିଲେ। ଯୁଗଳରେ ସେ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୨୧-୧୧, ୨୧-୧୨ରେ ନିଜ ଦେଶର ନିଲେଶ ବାଲୁ ଗାଏକ୍ବାଡ ଓ ମ‌ନୋଜ ସରକାରଙ୍କୁ ମାତ୍‌ ଦେଇଥିଲେ।

Advertisment

ତେବେ ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କୁ ସାଥୀ କରି‌ ଖେଳୁଥିବା ପ୍ରମୋଦ ୨୨-୨୪, ୨୧-୨୩ରେ ଫ୍ରାନ୍ସ ଯୋଡ଼ି ମାଥିଉ ଥୋମାସ ଓ ମାଉଦ ଲେଫର୍ଟଙ୍କୁ ହାରିଯାଇଥିଲେ। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳି ଦିଲେଶ୍ବର ରାଓ ନିଜର ଦୁଇଟି ଯାକ ଏକକ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ‌ହେଲେ ‌ପୁରୁଷ ଯୁଗଳରେ ସେ ଆଗକୁ ବଢ଼ିଛନ୍ତି। ଯୁଗଳ ମ୍ୟାଚ୍‌ରେ ଦିଲେଶ୍ବର ଓ ନବୀନ ଯୋଡ଼ି ୨୧-୧୫, ୨୧-୧୬‌ରେ ପେରୁର ରେଞ୍ଜୋ ଡିକ୍ବେଜ ବାନସେସ୍‌ ମୋରାଲେସ ଓ ପେଡ୍ରୋ ପାବ୍‌ଲୋ ଡି’ଭିନାଟିଙ୍କୁ ହରାଇଥିଲେ।