ବ୍ରାଜିଲ ବିଜୟ ସହ ହାମିଲଟନ୍ ଓ ମର୍ସିଡିସ୍ ବିଜେତା

ସାଓ ପାଓଲୋ,: ବ୍ରାଜିଲୀୟ ଗ୍ରାଁ ପ୍ରି ବିଜୟ ସହିତ ବ୍ରିଟିସ୍ ଚାଳକ ଲୁଇସ ହାମିଲଟନ୍ ନିଜ ଦଳ ମର୍ସିଡିସ୍‌କୁ ପଞ୍ଚମ ଥର ପାଇଁ ଫର୍ମୁଲା ୱାନ୍ କନଷ୍ଟ୍ରକ୍ଟର୍ସ ଟାଇଟଲ ବିଜେତା କରାଯାଇଛି। ଶନିବାର ରାତିରେ ମର୍ସିଡିସ୍‌ର ୧୦୦ତମ ପୋଲ ଅର୍ଜନ କରିଥିବା ହାମିଲଟନ୍ ମଧ୍ୟ ୨ ସପ୍ତାହ ତଳେ ମେକ୍ସିକୋରେ ମଧ୍ୟ ନିଜ ବ୍ୟକ୍ତିଗତ ବିଶ୍ବ ପ୍ରତିଯୋଗିତା ମୁକୁଟକୁ ପଞ୍ଚମ ଥର ପାଇଁ ହାସଲ କରିଥିଲେ। ବ୍ରାଜିଲ୍‌ ଗ୍ରାଁ ପ୍ରିରେ କିନ୍ତୁ ଇଂଜିନ ସମସ୍ୟା ଦେଖା‌ଦେବା ସତ୍ତ୍ବେ ହାମିଲଟନ୍ ହାର ମାନି ନଥିଲେ। ‘ବାସ୍ତବରେ ମୁଁ ମେକ୍ସିକୋରେ ଉତ୍ସବ ପାଳି ପାରିନଥିଲି।ର ଏଠା‌ରେ ପ୍ରତିଯୋଗିତା ବିଜୟ ନେଇ ଏକାଗ୍ରତା ରଖିଥିଲି’ ବୋଲି ହାମିଲଟନ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର