ଭୁବନେଶ୍ବର: ବ୍ରାଜିଲର ସାଓ ପୌଲୋରେ ଆୟୋଜିତ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ପୁଅ ଦୀପ ରଂଜନ ବିଶୋଇ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରବିବାର ପୁରୁଷ ଯୁଗଳ ଫାଇନାଲ୍ରେ ସେ ଓ ତାଙ୍କ ଭାରତୀୟ ସାଥୀ ମହମ୍ମଦ ଅର୍ବଜା ଅନ୍ସରି୧୩-୨୧, ୨୧-୧୭, ୨୧-୧୮ରେ ନିଜ ଦେଶର ନୀତୀଶ କୁମାର ଓ ତରୁଣଙ୍କୁ ପରାସ୍ତ କରିଥିଲେ। ଏହି ପ୍ରତିଯୋଗିତାର ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ଦୁଇଟି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ସେ ଏକକ ଓ ମିଶ୍ରିତ ଯୁଗଳ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ପ୍ରମୋଦ ମିଶ୍ରିତ ଯୁଗଳରେ ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିଲେ।
ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ: ଦୀପଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/04/f65h46sf54hf65hs4hf654fh65fh465.jpg)