ଭୁବନେଶ୍ବର: ବ୍ରାଜିଲର ସାଓ ପୌଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ଏକକ ବର୍ଗରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଶୁକ୍ରବାର ସେ ଏସ୍ଏଲ୍-୩ କ୍ବାର୍ଟର ଫାଇନାଲ୍ରେ ନିଜ ଦେଶର ମହମ୍ମଦ ଅର୍ୱାଜଙ୍କୁ ୧୯-୨୧, ୨୧-୧୦ ଓ ୨୧-୧୭ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ ସହିତ ଏହି ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲ୍ରେ ସେ ଅନ୍ୟତମ ଭାରତୀୟ ନୀତେଶ କୁମାରଙ୍କୁ ଭେଟିବେ। ଅନ୍ୟତମ ଓଡ଼ିଆ ତାରକା ଦୀପରଞ୍ଜନ ବିଷୋୟୀ ଏକକ କ୍ବାର୍ଟର ଫଇନାଲ୍ରେ ହାରିଯାଇଛନ୍ତି।
ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ ପ୍ରମୋଦଙ୍କ ପଦକ ପକ୍କା
/sambad/media/post_attachments/wp-content/uploads/2021/11/pramod-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)