ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ପ୍ରମୋଦଙ୍କ ପଦକ ପକ୍କା

ଭୁବନେଶ୍ବର: ବ୍ରାଜିଲର ସାଓ ପୌଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ଏକକ ବର୍ଗରେ ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଶୁକ୍ରବାର ସେ ଏସ୍‌ଏଲ୍‌-୩ କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ମହମ୍ମଦ ଅର୍‌ୱାଜଙ୍କୁ ୧୯-୨୧, ୨୧-୧୦ ଓ ୨୧-୧୭ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ ସହିତ ଏହି ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲ୍‌ରେ ସେ ଅନ୍ୟତମ ଭାରତୀୟ ନୀତେଶ କୁମାରଙ୍କୁ ଭେଟିବେ। ଅନ୍ୟତମ ଓଡ଼ିଆ ତାରକା ଦୀପରଞ୍ଜନ ବିଷୋୟୀ ଏକକ କ୍ବାର୍ଟର ଫଇନାଲ୍‌ରେ ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର