ଦୁବାଇ: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର୍ ବ୍ରେଟ ଲି ଅଷ୍ଟ୍ରେଲିଆ ଛାଡ଼ି ଏବେ ଦୁବାଇରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହା ସହିତ ସେ କେତେକ ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ କେଉଁ କାରଣରୁ ସେ ଅଷ୍ଟ୍ରେଲିଆ ଛାଡ଼ି ଦୁବାଇରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ସେ ସ୍ପଷ୍ଟ କରିନାହାନ୍ତି।
ଅଷ୍ଟ୍ରେଲିଆ ଘର ହେଲେ ଦୁବାଇ ଆକର୍ଷଣ
ତେବେ ନିଜ ପୋଷ୍ଟରେ ସେ ସଂକେତ ଦେଇଛନ୍ତି ଯେ କେତେକ କାମ ପାଇଁ କିଛିଥର ଦୁବାଇ ଆସିଥିଲେ। ପରେ କାମ ବଢିବା ପରେ ଏବେ ଦୁବାଇ ତାଙ୍କ ଘର ପାଲଟି ଯାଇଛି। ଅନେକ ସୁଯୋଗ, ଭଲ ଲୋକ, ପରିବାର ସହ ପ୍ରଚୁର ସମୟ ଓ ଭଲ ଲାଇଫଷ୍ଟାଇଲ୍କୁ ଏଡ଼େଇ ପାରିନଥିଲି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପିଲାମାନେ ବଡ଼ ହେଉଛନ୍ତି ଓ ଏଠାକାର ସ୍କୁଲଗୁଡ଼ିକ ଭଲ। ବାଟଘାଟରେ ଭଲ ଲୋକ ଭେଟ ହୁଅନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟ୍ରେଲିଆ ତାଙ୍କ ପାଇଁ ସବୁବେଳେ ନିଜର ଘର ହୋଇ ରହିବ। ସେଠାରେ ଯେଉଁ ଜୀବନ ଗଢିଥିଲୁ ସେଥିବାଇଁ କୃତଜ୍ଞ। ତାହା କେବେ ବଦଳିବ ନାହିଁ। କିନ୍ତୁ ଦୁବାଇରେ କିଛି (ଆକର୍ଷଣ) ଅଛି। ଅଳ୍ପ ସମୟ ପାଇଁ ଏଠାରେ ରହିଛି, କିନ୍ତୁ ଏହାକୁ ଜୀବନର ପରବର୍ତ୍ତି ଅଧ୍ୟାୟ ପାଇଁ ଘର କହିବାକୁ ଗର୍ବ ଅନୁଭବ କରୁଛି। ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସେ କେତେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ କେତେ ଜଣ ସ୍ଥାନୀୟ ଶିଳ୍ପପତିଙ୍କ ସହ ଫଟୋ ରହିଛି।
କ୍ୟାରିୟର ଭିତରେ ହାସଲ କରିଛନ୍ତି ୩୮୦ ଓ୍ବିକେଟ
ବ୍ରେଟ ଲି ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ୭୬ଟି ଟେଷ୍ଟ ଖେ​ଳି ୩୧୦ଟି ଓ୍ବିକେଟ ନେଇଛନ୍ତି। ସେହିପରି ସେ ୨୨୧ଟି ଦିନିକିଆ ଖେଳି ୩୮୦ଟି ଓ୍ବିକେଟ ନେଇଛନ୍ତି।
ଆହୁରି ପଢନ୍ତୁ - India US Trade Deal Jaishankar: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଜୟଶଙ୍କର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/06/brett-lee-2026-02-06-15-03-51.jpg)