ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ରିସବେନଠାରେ ୨୦୩୨ ଅଲମ୍ପିକ ଆୟୋଜିତ ହେବ । ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି (ଆଇଓସି) ଆଜି ବ୍ରିସବେନକୁ ୨୦୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ ଆୟୋଜିତ କରିବାକୁ ଅଧିକାର ଦେଇଛନ୍ତି । ଆଇଓସି ଅଧିବେଶନରେ ଏଭଳି ନିଷ୍ପତ୍ତିକୁ ବ୍ରିସବେନର ଅଧିକାରୀମାନେ ସ୍ୱାଗତ କରିଛନ୍ତି । ଏହାପରେ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବାଣ ଫୁଟାଇ ଏହି ଖୁସି ଖବରକୁ ସ୍ୱାଗତ କରାଯାଇଛି ।
ଏହାପୂର୍ବରୁ ୧୯୫୬ ମସିହାରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଓ ୨୦୦୦ ମସିହାରେ ସିଡନୀଠାରେ ଅଲମ୍ପିକ୍ ଆୟୋଜନ କରାଯାଇଥିଲା। ବହୁ ବର୍ଷ ପରେ ପୁଣିଥରେ ଅଷ୍ଟ୍ରେଲିଆରେ ଅଲମ୍ପିକ ଆୟୋଜନ ହେଉଥିବାରୁ ଏହାକୁ ନେଇ ଦେଶର କ୍ରୀଡାବିତ୍ ବେସ୍ ଖୁସି ଅଛନ୍ତି । ମେଲବୋର୍ଣ୍ଣ ଓ ସିଡନୀପରେ ବ୍ରିସବେନରେ ଦେଶର ତୃତୀୟ ସହର ଭାବେ ଅଲମ୍ପିକ ଆୟୋଜିତ ହେବ ।
/sambad/media/post_attachments/wp-content/uploads/2021/06/oly-athletes-53cd988c-d042-11eb-a7f1-52b8870bef7c-780x520.jpg)
ସୂଚନା ମୁତାବକ, ୨୦୨୪ ଅଲମ୍ପିକ ପ୍ୟାରିସ୍ ଓ ୨୦୨୮ ରେ ଲସ୍ ଏଞ୍ଜେଲ୍ସଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି ଯେ, "ବ୍ରିସବେନଠାରେ ୨୦୩୨ ରେ ଅଲମ୍ପିକ ଖେଳ ହେବା ନେଇ ଆଇଓସି ଅନୁମତି ଦେବା ଆମ ପାଇଁ ଗର୍ବର ବିଷୟ । ଆମେ ଏହାକୁ ଶୃଙ୍ଖଳାର ସହ ଆୟୋଜନ କରିବୁ" ବୋଲି ପ୍ରଧାନମନ୍ତ୍ରୀ ମରିସନ୍ କହିଛନ୍ତି ।