ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ବକପ୍ରେ ଚମତ୍କାର ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ତଞ୍ଜିମ ବ୍ରିଟ୍ସ ନିଜ ଜୀବନ ଯାତ୍ରାର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଉପରୁ ପରଦା ହଟାଇଛନ୍ତି। ଏକ କାର୍ ଦୁର୍ଘଟଣାର ଯନ୍ତ୍ରଣା କାରଣରୁ ସେ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଭାରତୀୟ ମହିଳା କ୍ରିକେଟର୍ ଅଞ୍ଜୁମ ଚୋପ୍ରାଙ୍କ ସହ ଆଲୋଚନା ବେଳେ ତଞ୍ଜିମ ବ୍ରିଟ୍ସ କହିଛନ୍ତି ‘କ୍ରିକେଟ୍କୁ ଫେରିବା ମୋ ପାଇଁ ସହଜ ନଥିଲା। ମୁଁ ଦିଶାହୀନ ହୋଇପଡ଼ିଥିଲି।
ଏକାଧିକ ଥର ଆତ୍ମହତ୍ୟା ପାଇଁ ଚେଷ୍ଟା ବି କରିଥିଲି। କିନ୍ତୁ ପରିବାରରୁ ଅଜସ୍ର ଭଲ ପାଇବା ଓ ସମର୍ଥନ ପାଇବାରୁ ଏବେ କିଛି କରିପାରୁଛି। ବିଶେଷ କରି ମୋ ମା’ ମୋତେ ଭାରି ସମର୍ଥନ କରିଥିଲେ’। ସୂଚନାଯୋଗ୍ୟ, କ୍ରିକେଟ୍ ଖେଳିବା ପୂର୍ବରୁ ବ୍ରିଟ୍ସ, ଜାଭଲିନ୍ ଅଭ୍ୟାସ କରୁଥିଲେ। ‘‘ଖେଳରେ ଗତିପଥ ବଦଳିବା ଭଳି ଜୀବନରେ ବି ଏପଟସେପଟ ହୁଏ। ସମ୍ଭବତଃ ଈଶ୍ବରଙ୍କ ଭିନ୍ନ ନିର୍ଦ୍ଦେଶ ଥିଲା’’ ବୋଲି କହିଥିଲେ ବ୍ରିଟ୍ସ। ତଞ୍ଜିମ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ (୮୯ ବଲ୍ରୁ ୧୦୧ ରନ୍) ହାସଲ କରିବା ସହ ଦକ୍ଷିଣ ଆଫ୍ରିକାର ବିଜୟ ଅଭିଯାନ ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/11/untirtw-2025-10-11-10-57-03.jpg)