୮ ଜଣ ପାଇଲେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଭାବେ ଉଦ୍ଧିଷ୍ଟ ‘ବିଆରଏମ୍‌ ଆଶା କ୍ରୀଡ଼ା ପୁରସ୍କାର’

ଭୁବନେଶ୍ବର : ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଭାବେ ଉଦ୍ଧିଷ୍ଟ ‘ବିଆରଏମ୍‌ ଆଶା କ୍ରୀଡ଼ା ପୁରସ୍କାର’ ପ୍ରଦାନ ଉତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ୍‌, ସ୍ପେଶାଲ ଅଲମ୍ପିକ୍ସ ଭାରତ-ଓଡ଼ିଶା, ଓପନ୍ ଲର୍ଣ୍ଣି ସିଷ୍ଟମ୍ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦ୍ବିତୀୟ ସଂସ୍କରଣ ପୁରସ୍କାରକୁ ୮ ଜଣ ପାଇଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ଲାଗି ପୁରସ୍କୃତ ଏହି ଖେଳାଳିମାନେ ହେଲେ- ଝିଲ୍ଲୀ ବିରୁଆ, ସୁଖରାମ ମାଝୀ, ମହମ୍ମଜ ଜାଫର ଇକବାଲ (ସମସ୍ତେ କ୍ରିକେଟ୍‌), ରାଖାଲ କୁମାର ସେଠୀ (ହୁଇଲ ଚେୟାର‌ ଫେନସିଂ), ଚନ୍ଦ୍ର ଶେଖର ପଟ୍ଟନାୟକ (କ୍ରିକେଟ୍ ପ୍ରଶିକ୍ଷଣ), ସରିତା ରାଉତରାୟ (ସ୍ବତନ୍ତ୍ର ଅଲିମ୍ପିକ୍ସ), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍), ବେଣୁଧର ଦାସ (କ୍ରୀଡ଼ା ସାମ୍ବାଦିକ)। ଝିଲ୍ଲୀ ଏବଂ ସୁଖରାମଙ୍କୁ ଅମୃତ ରଥ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା। ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏଏସ୍‌ ସନ୍ୟାସୀ କୁମାର ବେହେରା, ବିଶିଷ୍ଟ ମନସ୍ତତ୍ତ୍ବବିତ୍ ଡାକ୍ତର ପ୍ରତାପ ରଥ, ବିଆରଏମ୍‌ ଆଶାର ମୁଖ୍ୟ ପୃଷ୍ଠପୋଷକ ପ୍ରଦୀପ୍ତ କୁମାର ରଥ ଅତିଥି ଥିଲେ। ସମ୍ପାଦକ ପ୍ରକାଶ କୁମାର ରଥ, ଯୁଗ୍ମ ସମ୍ପାଦିକା ଅର୍ପିତା ମହାପାତ୍ର, ଗୀତାଞ୍ଜଳି ଫାଉଣ୍ଡେସନ୍‌ ସଭାପତି ରଂଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର