ଭୁବନେଶ୍ବର : ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ୨୦ତମ ଜାତୀୟ ପାରା ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଚନ୍ଦନ କୁମାର ବେହେରା ଓଡ଼ିଶା ପାଇଁ କାଂସ୍ୟ ପଦକ ଜିତିଛନ୍ତି। ସୋମବାର ପ୍ରଥମ ଦିବସରେ ଗଦାଧର ସାହୁ (୫୯ କେଜି) କାଂସ୍ୟ ଜିତିଥିଲା ବେଳେ ମଙ୍ଗଳବାର ଦ୍ବିତୀୟ ତଥା ଅନ୍ତିମ ଦିବସରେ ଚନ୍ଦନ ୯୭ କେଜି ବର୍ଗରେ ମୋଟ ୧୫୫ କେଜି ଭାର ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଉତ୍ତର ପ୍ରଦେଶର ସୁମିତ କୁମାର (୧୭୦ କେଜି) ଏବଂ ପଞ୍ଜାବର ଯୋଗେନ୍ଦ୍ର ସିଂହ (୨୧୦ କେଜି) ଯଥାକ୍ରମେ ରୌପ୍ୟ ଓ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି।
ଜାତୀୟ ପାରା ଶକ୍ତିଉତ୍ତୋଳନରେ ଚନ୍ଦନଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2023/03/chandan-behera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)