ଜାତୀୟ ପାରା ଶକ୍ତିଉତ୍ତୋଳନ: ଗଦାଧରଙ୍କୁ କାଂସ୍ୟ

ଭୁବନେଶ୍ବର : ନୂଆଦିଲ୍ଲୀରେ ସୋମବାରଠାରୁ ଆରମ୍ଭ ହୋଇଥିବା ୨୦ତମ ଜାତୀୟ ପାରା ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଗଦାଧର ସାହୁ କାଂସ୍ୟ ପଦକ ଜିତିଛନ୍ତି। ପ୍ରଥମ ଦିବସରେ ଅନୁଷ୍ଠିତ ୫୯ କିଲୋବର୍ଗ ଓଜନ ବର୍ଗରେ ଗଦାଥର ୧୩୫ କିଲୋଗ୍ରାମ ଉତ୍ତୋଳନ କରି ତୃତୀୟରେ ରହିଥିଲେ। କେରଳର ଯୋବି ମ୍ୟାଥୁ ୧୫୦ କିଲୋଗ୍ରାମ ଏବଂ ଦିଲ୍ଲୀର ବିନୋଦ ଠାକୁର ୧୬୦ କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମଙ୍ଗଳବାର ଚନ୍ଦନକୁମାର ବେହେରା ୯୭ କିଲୋଗ୍ରାମ ଓଜନ ବର୍ଗରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ।

ସମ୍ବନ୍ଧିତ ଖବର