ଭୁବନେଶ୍ବର: ଗୋଆରେ ଆୟୋଜିତ ଜାତୀୟ ବାଳକ (ଉପକନିଷ୍ଠ) ହକିରେ ଓଡ଼ିଶାକୁ କାଂସ୍ୟ ପଦକ ମିଳିଥିଲା ବେଳେ ଉତ୍ତରପ୍ରଦେଶ ବିଜେତା ହୋଇଛି। ରବିବାର କାଂସ୍ୟ ମୁକାବିଲାରେ ଓଡ଼ିଶା ୫-୨ରେ ହରିୟାଣାକୁ ମାତ୍ ଦେଇଥିଲା। ରୋହିତ ସିଂହ (୨୨, ୩୭ ମିନିଟ୍)ଙ୍କ ଯୁଗଳରେ ଓଡ଼ିଶା ପୋଡିୟମ ଫିନିସ କରିଥିଲା। ଏହି ଯୁଗଳ ସଫଳତା ବଳରେ ରୋହିତ (୧୨ ଗୋଲ୍) ପ୍ରତିଯୋଗିତାର ସର୍ବୋଚ୍ଚ ଗୋଲ୍ ସ୍କୋରର୍ ହୋଇଥିଲେ। ରୋହିତଙ୍କ ବାଦ୍ ଅର୍ଯ୍ୟନ ଖେସ (୭ ମିନିଟ୍), ରିକି ତୋଞ୍ଜାମ (୧୯ ମିନିଟ୍) ଓ ସଞ୍ଜୀତ ତିର୍କି (୨୪ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ହରିୟାଣାର ରବି (୨୮ ମିନିଟ୍) ଓ ଅଧିନାୟକ ବିଟୁ (୫୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଫାଇନାଲ୍ରେ ଶାହରୁଖ ଅଲୀ (୧୦, ୧୩, ୪୭ ମିନିଟ୍)ଙ୍କ ହ୍ୟାଟ୍ରିକ୍ ବଳରେ ଉତ୍ତରପ୍ରଦେଶ ୩-୦ ଗୋଲ୍ରେ ଝାଡ଼ଖଣ୍ଡକୁ ହରାଇ ଟ୍ରଫି କରାୟତ୍ତ କରିଥିଲା।
ଜାତୀୟ ବାଳକ ହକିରେ ଓଡ଼ିଶାକୁ କାଂସ୍ୟ
/sambad/media/post_attachments/wp-content/uploads/2022/05/f654hsf65h4fs65h4fsh654hf65fh4.jpg)