ଜାତୀୟ ଥ୍ରୋ ବଲ୍‌ରେ ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ବର : ବିହାରର ଗୋପାଳଗଞ୍ଜଠାରେ ଶେଷ ହୋଇଥିବା ୪୪ତମ ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ପାଇଛି। ଗ୍ରୁପ୍‌ ବିଜେତା ଭାବେ ଓଡ଼ିଶା କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ମଙ୍ଗଳବାର ହରିଆଣାକୁ ୨-୧ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ହେଲେ ସେମିଫାଇନାଲ୍‌ରେ ୬ ବର୍ଷର ବିଜେତା ଦିଲ୍ଲୀ ୨-୦ରେ ଓଡ଼ିଶାକୁ ପରାସ୍ତ କରିଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ୨-୦ରେ ବିହାରକୁ ହରାଇ ହରାଇ କାଂସ୍ୟ ପଦକ ହାସଲ କରିଥିଲା।

ସମ୍ବନ୍ଧିତ ଖବର