ଲଣ୍ଡନ୍: ପୂର୍ବତନ ଫୁଟ୍ବଲ୍ର ଡେଭିଡ୍ ବେକ୍ହାମ୍ଙ୍କ ବଡ଼ ପୁଅ ବ୍ରୁକ୍ଲିନ୍ ତାଙ୍କ ଆମେରିକୀୟ ଅଭିନେତ୍ରୀ ବାନ୍ଧବୀ ନିକୋଲା ପେଲ୍ଜଙ୍କୁ ବିବାହ କରିବାକୁ ଘୋଷଣା କରିଛନ୍ତି। ଏନେଇ ବ୍ରୁକ୍ଲିନ୍ ତାଙ୍କ ବନ୍ଧୁମାନଙ୍କୁ କହିଥିବା ଡେଭିଡ୍ ବେକ୍ହାମ୍ ଏବଂ ତାଙ୍କ ପତ୍ନୀ ତଥା ପୁର୍ବତନ ପପ୍ ଷ୍ଟାର୍ ଭିକ୍ଟୋରିଆ ବେକ୍ହାମ୍ ଜଣାଇଛନ୍ତି। ଉଭୟ ବ୍ରୁକ୍ଲିନ୍ ଏବଂ ନିକୋଲା ମଧ୍ୟ ଏହି ଖବରକୁ ସେମାନଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶନିବାର ପୋଷ୍ଟ୍ କରିଛନ୍ତି। ଦୁଇ ସପ୍ତାହ ତଳେ ମୁଁ ନିକୋଲାଙ୍କୁ ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲି ଏବଂ ସେ ହଁ ବୋଲି କହିଥିଲେ। ତେଣୁ ମୁଁ ବିଶ୍ବର ସବୁଠୁ ଭାଗ୍ୟବାନ ମଣିଷ। ଏପରିକି ଦିନେ ନା ଦିନେ ମୁଁ ଶ୍ରେଷ୍ଠ ସ୍ବାମୀ ଏବଂ ଶ୍ରେଷ୍ଠ ଡାଡି ହେବାର ପ୍ରତିଶୃତି ରଖିଛି ବୋଲି କହିଛନ୍ତି ୨୧ ବର୍ଷ ବୟସ୍କ ବ୍ରୁକ୍ଲିନ୍। ଉଭୟେ ବ୍ରୁକ୍ଲିନ୍ ଏବଂ ନିକୋଲା ଗୋଟିଏ ପଡ଼ିଆରେ ଛିଡ଼ା ହୋଇଥିବା ଏବଂ ଆଲିଙ୍ଗନ କରୁଥିବାର ସମାନ ଫଟୋକୁ ସେମାନେ ପୋଷ୍ଟ କରିଛନ୍ତି। ବ୍ରୁକ୍ଲିନ୍ ନୀଳ ରଙ୍ଗର ସୁଟ୍ ପିନ୍ଧିଥିଲା ବେଳେ ୨୫ ବର୍ଷ ବୟସ୍କା ନିକୋଲା ହଳଦିଆ ରଙ୍ଗର ପୋଷାକ ପରିଧାନ କରିଛନ୍ତି।
ବ୍ରୁକ୍ଲିନ୍ ବେକ୍ହାମ୍ ବାହାହେବେ
/sambad/media/post_attachments/wp-content/uploads/2020/07/fhsfhsfhsfhfhfhssfhhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)