ନୂଆଦିଲ୍ଲୀ: ଭାରତୀୟ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ ଓ ପୃଥ୍ବୀ ସ’ ସର୍ବଭାରତୀୟ ବୁଚି ବାବୁ ଆମନ୍ତ୍ରଣ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଘୋଷିତ ମହାରାଷ୍ଟ୍ର ଦଳରେ ସ୍ଥାନ ପାଇଛନ୍ତି। ମୁମ୍ବାଇ ଛାଡ଼ିବା ପରେ ଏହା ସ’ଙ୍କ ମହାରାଷ୍ଟ୍ର ପକ୍ଷରୁ ପ୍ରଥମ ପ୍ରତିଯୋଗିତା ହେବ। ଫିଟ୍‌ନେସ୍‌ ସହ ବିଭିନ୍ନ କାରଣରୁ ମୁମ୍ବାଇ ସହ ଗତ ଋତୁରେ ଖରାପରେ ଯାଇଥିବାରୁ ଚଳିତ ଋତୁ‌ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ୨୫ ବର୍ଷୀୟ ସ’। ଗାଏକ୍ବାଡ ଓ ‌ୱିକେଟ୍‌ରକ୍ଷକ ସୌରଭ ନାୱାଲେ ଦଲୀପ ଟ୍ରଫି ଲାଗି ପଶ୍ଚିମାଞ୍ଚଳ ଦଳରେ ସ୍ଥାନ ପାଇଥିବାରୁ ବୁଚି ବାବୁ ପ୍ରତିଯୋଗିତାରେ ଗୋଟିଏ ମ୍ୟାଚ୍‌‌ ଖେଳିବା ପରେ ଫେରିଆସିବେ।

Advertisment

ମହାରାଷ୍ଟ୍ର ଦଳ: ଅଙ୍କିତ ବାୱେଁ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍‌, ପୃଥ୍ବୀ ସ’, ସିଦ୍ଧେଶ ବୀର, ସଚିନ ଧାସ୍‌, ଅର୍ଶିନ କୁଲକର୍ଣ୍ଣି, ହର୍ଷଲ କାଟେ, ସିଦ୍ଧାର୍ଥ ମହାତ୍ରେ, ସୌରଭ ନା‌ୱାଲେ (‌ୱିକେଟ୍‌ରକ୍ଷକ), ମନ୍ଦର ଭଣ୍ଡାରୀ (‌ୱିକେଟ୍‌ରକ୍ଷକ), ରାମକୃଷ୍ଣ ଘୋଷ, ମୁକେଶ ଚୌଧୁରୀ, ପ୍ରଦୀପ ଦାଢ଼େ, ବିକି ଓସ୍ବାଲ, ହିତେଶ ୱାଲୁଞ୍ଜ, ପ୍ରଶାନ୍ତ ସୋଲାଙ୍କି, ରାଜବର୍ଦ୍ଧନ ହାଙ୍ଗାରଗେକର।