ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ଯଶ୍ପ୍ରୀତ୍ ବୁମ୍ରା ୫୦ ୱିକେଟ୍ ପୂରଣ କରିଥିଲେ। ଶୁକ୍ରବାର ଘରୋଇ ଦଳର ପ୍ରଥମ ପାଳିରେ ବୁମ୍ରା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ଡାରେନ୍ ବ୍ରାଭୋଙ୍କୁ ଆଉଟ୍ କରି ବୁମ୍ରା ତାଙ୍କ ଟେଷ୍ଟ ଜୀବନର ୫୦ତମ ୱିକେଟ୍ ଦଖଲ କରିଥିଲେ। ଏଥି ସହିତ ୫୦ ୱିକେଟ୍ ନେବାରେ ସେ ଦ୍ରୁତତମ ଭାରତୀୟ ଦ୍ରୁତ ବୋଲର ସାବ୍ୟସ୍ତ ହୋଇଥିଲେ। ୨୫ ବର୍ଷ ବୟସ୍କ ବୁମ୍ରା କେବଳ ୧୧ ଟେଷ୍ଟ୍ରୁ ଏହି ସଫଳତା ପାଇଛନ୍ତି। ଏକ୍ଷେତ୍ରରେ ସେ ଭେଙ୍କଟେଶ୍ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ଟପି ଯାଇଛନ୍ତି। ଉଭୟ ପ୍ରସାଦ ଓ ସାମି ୧୩ ଲେଖାଏଁ ଟେଷ୍ଟ୍ରୁ ନିଜ ନିଜର ୫୦ ୱିକେଟ୍ ପୂରଣ କରିଥିଲା ବେଳେ ଇର୍ଫାନ୍ ପଠାନ୍ ଓ ଶାନ୍ତାକୁମାର ଶ୍ରୀଶାନ୍ତ ପ୍ରତ୍ୟେକ ୧୪ ଲେଖାଏଁ ଟେଷ୍ଟ୍ରୁ ଏହି ମାଇଲଖୁଣ୍ଟ ଛୁଇଁଥିଲେ। କିମ୍ବଦନ୍ତୀ କପିଳ ଦେବ ଓ କର୍ଷଣ ଘାବ୍ରି ପ୍ରତ୍ୟେକ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ୧୬ ଲେଖାଏଁ ଟେଷ୍ଟ୍ ଖେଳିଥିଲେ। ତେବେ ମୋଟାମୋଟି କୌଣସି ଭାରତୀୟ ବୋଲର ଭାବେ କମ୍ ମ୍ୟାଚ୍ରେ ୫୦ ୱିକେଟ୍ ଅକ୍ତିଆର କରିବାର କୀତ୍ତିମାନ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ନାମରେ ରହିଛି। ମାତ୍ର ୯ ଟେଷ୍ଟ୍ରୁ ଏହି ସଫଳତା ହାତେଇ ଅଶ୍ବିନ୍ ଏବେ ବି ଦ୍ରୁତତମ ଭାରତୀୟ ବୋଲର ରହିଛନ୍ତି। ତାଙ୍କ ପଛକୁ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ (୧୦), ନରେନ୍ଦ୍ର ହିର୍ୱାନୀ (୧୧) ଓ ହର୍ଭଜନ ସିଂହ (୧୧) ରହିଛନ୍ତି। ତେଣୁ ବୁମ୍ରା ଦ୍ରୁତତମ ୫୦ ୱିକେଟ୍ ଅକ୍ତିଆର କରିବାରେ ଭାରତର ତୃତୀୟ ବୋଲର ହୋଇଛନ୍ତି। ଅଶ୍ବିନ୍ ଓ କୁମ୍ବଲେଙ୍କ ପରେ ସେ ହିର୍ୱାନୀ ଓ ହରଭଜନଙ୍କ ସମକକ୍ଷ ହୋଇଛନ୍ତି।
୫୦ ଟେଷ୍ଟ୍ ୱିକେଟ୍ ନେବାରେ ବୁମ୍ରା ଦ୍ରୁତତମ ଭାରତୀୟ ପେସର୍
/sambad/media/post_attachments/wp-content/uploads/2018/12/5-Jasprit-Bumrah-left-celebrates-with-team-mates-after-taking-the-wicket-of-Shaun-Marsh..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)