ଆୟର୍ଲାଣ୍ଡ୍ ବିପକ୍ଷ ପ୍ରଦର୍ଶନ ପୂର୍ବରୁ ଭାରତ ଇସଲାମୀୟ ଦେଶ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ୍କୁ ଜିତିଥିଲା। ଏକ ନୂଆ ଟେଷ୍ଟ୍ ଦେଶ ଏବଂ ଏକ ପ୍ରତିଷ୍ଠିତ ଟେଷ୍ଟ୍ ରାଷ୍ଟ୍ର ମଧ୍ୟରେ କେତେ ଫରକ ତାହା ପ୍ରମାଣିତ ହୋଇଗଲା। ଆୟର୍ଲାଣ୍ଡ୍ ଖେଳାଳିମାନେ ଇଂଲଣ୍ଡ କାଉଣ୍ଟିରେ ଖେଳିଥାନ୍ତି, ଯଦିଓ ୧୯୭୦ ଦଶକ ଭଳି ଉଚ୍ଚସ୍ତର ଆଉ ନାହିଁ। କିନ୍ତୁ ଅଧିକ ମ୍ୟାଚ୍ ଖେଳୁଥିବାରୁ ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ରେ ଲଢ଼ୁଆ ପ୍ରଦର୍ଶନ କରିବାର ଥିଲା।
ଇଂଲଣ୍ଡ କିନ୍ତୁ ଏକ ଭିନ୍ନ ଧରଣର ତଥା ଉନ୍ନତ ଦଳ। ବିଶ୍ୱର କୋଣ ଅନୁକୋଣରେ ବହୁ ଖେଳାଳି ବୁଲି ବୁଲି ଟେ୍ଵଣ୍ଟି-୨୦ ଖେଳିଛନ୍ତି। ୨ ବର୍ଷ ତଳେ ମଧ୍ୟ ଇଂଲଣ୍ଡ ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପ୍ରେ ଉପ ବିଜେତା ରହିଥିବା କଥା ଭୁଲିଯିବା ଉଚିତ୍ ନୁହେଁ। କାର୍ଲୋସ୍ ବ୍ରାଥ୍େଓ୍ଵଟ୍ଙ୍କ ଲଗାତାର ୪ ଛକା ବର୍ଷି ନଥିଲେ ଇଂଲଣ୍ଡ ବିଜେତା ହେବାରୁ ବଞ୍ଚିତ ରହି ନଥାନ୍ତା। କିନ୍ତୁ ଯଶପ୍ରୀତ୍ ବୁମରାଙ୍କ ବିଦାୟ ପରେ ଭାରତ ନିଶ୍ଚିତ ସମସ୍ୟାରେ ପଡ଼ିବ। ଭୁବନେଶ୍ୱର କୁମାର ଏବଂ ବୁମ୍ରା ଦକ୍ଷ ଯୋଡ଼ି ଥିଲେ। ପାଳି ଆରମ୍ଭରୁ ହେଉ କି ପାଳି ଶେଷରେ ଏମାନେ ଭଲ କରିଥାନ୍ତି। ଏବେ ବୁମରାଙ୍କ ବଦଳରେ ଉମେଶ ଯାଦବ ନିଶ୍ଚିତ ବିକଳ୍ପ ରହିଛନ୍ତି। ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଯୋଡ଼ି ପୁଣି ଥରେ ଭାରତର ଚାବିକାଠି ଭଳି ହେବେ। ଏମାନେ ଯଦି ମଝି ଓଭରରେ ରନ୍ ରୋକିଲେ ତେବେ ଇଂଲଣ୍ଡକୁ ସ୍ୱଳ୍ପରେ ସୀମିତ କରାଯାଇପାରିବ।
ବ୍ୟାଟିଂ ଭାରତର ଶକ୍ତି, କିନ୍ତୁ ଶିଖର ଧାଓ୍ଵନ, ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଯେଭଳି ବ୍ୟାଟିଂ କରୁଛନ୍ତି ଅଧିନାୟକ ବିରାଟ କୋହଲିଙ୍କୁ ବ୍ୟାଟିଂ ସ୍ଲଟ ନିଷ୍ପତ୍ତି ନେବା ସହଜ ହେବ। ସୁରେଶ ରାଇନା ବାମହାତୀ ଥିବାରୁ ମଧ୍ୟଭାଗରେ ବିବିଧତା ରହିବ। ଫଳରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍। ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦିକ ପାଣ୍ଡ୍ୟା ଆୟର୍ଲାଣ୍ଡ୍ ବିପକ୍ଷରେ ଯେଭଳି ଛକା ମାରୁଥିଲେ ନିମ୍ନକ୍ରମରେ ସେମାନେ ନିଶ୍ଚିତ ବିପଜ୍ଜନକ ସାବ୍ୟସ୍ତ ହୋଇପାରିବେ। ସମ୍ଭାବ୍ୟ ସ୍କୋର୍ ଅପେକ୍ଷା ଅପହଞ୍ଚ ସ୍କୋର୍ ହାସଲ କରିବା ଭାରତର ଆଶା ହେବା ଉଚିତ୍। କ୍ୟାଚିଂ ଏକମାତ୍ର ସମସ୍ୟା ରହିଛି, ଭାରତ ଯଦି ଏ କ୍ଷେତ୍ରରେ ଭଲ କଲା ତେବେ ଏଥରର ଇଂଲିସ୍ ଗ୍ରୀଷ୍ମଋତୁ ନିଶ୍ଚିତ କ୍ରିକେଟ୍ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ।
ବୁମରାଙ୍କ ଅନୁପସ୍ଥିତି ଏବଂ କ୍ୟାଚିଂ ସମସ୍ୟା
ସୁନିଲ ଗାଭାସ୍କର
/sambad/media/post_attachments/wp-content/uploads/2018/07/bumrah-ians.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)