ବୁମ୍‌ରା ସୁସ୍ଥ

ମୁମ୍ବାଇ: ରବିବାରର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବେ ସୁସ୍ଥ। ଏଣୁ ଚିନ୍ତାର କୌଣସି କାରଣ ନାହିଁ। ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତଥାପି ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାର ପୁନର୍ବାର ଆକଳନ କରାଯିବ। ପୂରା ଫିଟ୍ ଥିଲେ ଯାଇ ସେ ମୁମ୍ବାଇର ପରବର୍ତୀ ମ୍ୟାଚ୍‌ରେ ଖେଳିବେ। ରବିବାର ଦିଲ୍ଲୀ ପାଳିର ଶେଷ ବଲ୍ ବୋଲିଂ କରି ନିଜ ଫଲୋଥ୍ରୁରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ବୁମ୍‌ରାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ସେଥିପାଇଁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ମୁମ୍ବାଇ ଏହି ମ୍ୟାଚ୍‌କୁ ୩୭ ରନ୍‌ରେ ହାରିଥିଲା। ବ୍ୟକ୍ତିଗତ ଭାବେ ବୁମ୍‌ରା ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର