ମୁମ୍ବାଇ : ଶେଷରେ ଏସିଆ କପ୍ ୨୦୨୩ର ଚାରିଖ ଘୋଷଣା ହୋଇଛି । ଏହା ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ । ଭାରତର ଦାବି ଅନୁସାରେ  ଫାଇନାଲ  ସମେତ ୬ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ ଆୟୋଜନ କରିବ। ଭାରତ-ପାକିସ୍ତାନ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ସେହିପରି ଏସିଆ କପ୍ ୨୦୨୩ରେ ଭାରତୀୟ ଦଳର କିଛି ପ୍ରମୁଖ ଖେଳାଳି ପଡ଼ିଆକୁ ଫେରିବେ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଯଶପ୍ରୀତ ବୁମରା, ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଭଳି ଖେଳାଳି । ତେବେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସୁସ୍ଥ ହୋଇପାରିନାହାନ୍ତି, ଏଣୁ ସେ ଏସିଆ କପ୍ ରେ ଖେଳିବେ ନାହିଁ ।

Advertisment

ଭଲ ଖବର ହେଉଛି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଦୀର୍ଘ ଦିନ ଧରି ପଡ଼ିଆରେ ଦେଖିବାକୁ ମିଳିନଥିଲେ ମଧ୍ୟ ସେ ଏସିଆ କପ୍ ୨୦୨୩ରେ ପଡ଼ିଆକୁ ଫେରିପାରନ୍ତି। ଏପରିକି ଆଇପିଏଲ୍ ୨୦୨୩ରେ ଯଶପ୍ରୀତ ବୁମରା ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ପାରିନଥିଲେ। ଏହାବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟିମ୍ ଇଣ୍ଡିଆକୁ ଯଶପ୍ରୀତ ଖେଳିନଥିଲେ । ଏବେ ଏହି ଖେଳାଳି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଯଶପ୍ରୀତ ବୁମ୍ରାଙ୍କୁ ଶେଷ ଥର ପାଇଁ ସେପ୍ଟେମ୍ବର ୨୦୨୨ରେ ପଡ଼ିଆରେ ଦେଖିବାକୁ ମିଳିଥିଲା। ସେହିପରି ଆହତ କାରଣରୁ ଟିମରୁ ବାଦପଡ଼ିଥିବା କେଏଲ ରାହୁଲ ଓ ଶ୍ରେୟସ ଆୟର ବି ଫେରିବେ ।