ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଚଳିତ ଆଇପିଏଲ୍ରେ ନିଜ ତ୍ରୟୋଦଶ ମ୍ୟାଚ୍ ଖେଳିଥିଲା ବେଳେ ଦଶମ ପରାଜୟ ବରଣ କରିଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍ରେ କିନ୍ତୁ ଏହାର ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ନୂଆ ମାଇଲଖୁଣ୍ଟ ଛୁଇଁଥିଲେ। ବୁମ୍ରା ଏହି ମ୍ୟାଚ୍ରେ ୱାସିଂଟନ୍ ସୁନ୍ଦରଙ୍କୁ ଆଉଟ୍ କରି ଟି-୨୦ ଫର୍ମାଟ୍ରେ ୨୫୦ ୱିକେଟ୍ ପୂରଣ କରିଥିଲେ। ଏହା କରିବାରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ହେବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ପଛକୁ ଭୁବନେଶ୍ବର କୁମାର (୨୨୩), ଜୟଦେବ ଉନାଦକଟ (୨୦୧) ଓ ବିନୟ କୁମାର (୧୯୪) ରହିଛନ୍ତି।
ଟି-୨୦ରେ ୨୫୦ ୱିକେଟ୍ ନେବାରେ ବୁମ୍ରା ପ୍ରଥମ ଭାରତୀୟ
/sambad/media/post_attachments/wp-content/uploads/2021/11/4-Bumra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)