ବୁମ୍‌ରାଙ୍କୁ ‘ବେବି ବୋଲର’ କହିଲେ ରଜାକ

ଲାହୋର : ପାକିସ୍ତାନ ଦଳର ପୂର୍ବତନ ଅଲରାଉଣ୍ଡର୍‌ ଅବଦୁଲ୍ ରଜାକ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ବୋଲିଂକୁ ସାଧାରଣ ବୋଲି କହିଛନ୍ତି। ବିଶ୍ବର ଏକ ନମ୍ବର ଦିନିକିଆ ବୋଲର ବୁମରା ଜଣେ ‘ବେବି ବୋଲର’, ମୋ ସମୟରେ ସେ ଖେଳିଥିଲେ ମୁଁ ତାଙ୍କ ବଲ୍‌କୁ ସହଜରେ ଖେଳିପାରିଥାନ୍ତି ବୋଲି କହିଛନ୍ତି ରଜାକ। ମୁଁ ଦୁନିଆର ମହାନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍‌ଗ୍ରା ଏବଂ ଵାସିମ୍ ଆକ୍ରମଙ୍କ ବଲ୍‌ର ସାମ୍‌ନା କରିଛି। ସେଥିପାଇଁ ବୁମ୍‌ରା ମୋ ସାମ୍ନାରେ ଜଣେ ‘ବେବି ବୋଲର’ ବା ‘ଛୁଆ ବୋଲର’। ମୁଁ ତାଙ୍କ ବଲ୍‌କୁ ଆରାମରେ ଆକ୍ରମଣ କରିପାରିବି ବୋଲି ରଜାକ କହିଛନ୍ତି। ୪୦ ବର୍ଷୀୟ ରଜାକ ୧୯୯୯ରୁ ୨୦୧୩ ମଧ୍ୟରେ ପାକିସ୍ତାନ ପକ୍ଷରୁ ୪୬ ଟେଷ୍ଟ୍‌, ୨୬୫ ଓ ୩୨ ଟ୍ବେଣ୍ଟି ଖେଳିଛନ୍ତି। ସୂଚନାଯୋଗ୍ୟ ଯେ ବୁମ୍‌ରା ଏବେ ଆହତ କାରଣରୁ ଦଳଠୁ ‌ଦୂରେଇ ରହିଥିଲେ ମଧ୍ୟ ଆଇସିସି ମାନ୍ୟତାରେ ସେ ଦିନିକିଆରେ ଶୀର୍ଷ ଓ ଟେଷ୍ଟ୍‌ରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର