ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବୁମ୍‌ରା ବାଦ୍‌ ପଡ଼ିନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ବିଶ୍ବକପ୍‌ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ହେଲେ ବୁମ୍‌ରାଙ୍କ ଉପରୁ ଅସ୍ଥା ହରାଇନାହାନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ‌ସୌରଭ ଗାଙ୍ଗୁଲି। ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ତାଙ୍କର ଚିକିତ୍ସା ଚାଲିଛି। ତେଣୁ ବିଶ୍ବକପ୍‌ରୁ ସେ ପୂରା ବାଦ୍‌ ପଡ଼ିନଥିବା ଗାଙ୍ଗୁଲି ଏକ ସାକ୍ଷତକାରରେ କହିଛନ୍ତି। ବୁମ୍‌ରାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ବିଶ୍ବକପ୍‌ ପ୍ରସ୍ତୁତି ପୂର୍ବରୁ ଭାରତ ଆୟର୍ଲାଣ୍ଡ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ୟୁଏଇରେ ତିନିମାସଧରି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଆସୁଛି। ଏବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଶୃଙ୍ଖଳାରେ ମଧ୍ୟ ଭାରତ ନିଜ ଦକ୍ଷତା ପରଖୁଛି। ତେଣୁ ଖେଳାଳିମାନଙ୍କ ଉପରେ ଚାପ ପଡୁଥିବାରୁ ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ସମୟରେ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର