ଲଣ୍ଡନ: ଓଭାଲ ଟେଷ୍ଟ୍ରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୧୦୦ ଟେଷ୍ଟ୍ ୱିକେଟ୍ ପୂରଣ କରିଛନ୍ତି। ଓଲି ପୋପ୍ଙ୍କୁ କ୍ଲିନ୍ ବୋଲ୍ଡ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ସେ। ବୁମ୍ରା ମଧ୍ୟ ଏହି କ୍ରମରେ କିଂବଦନ୍ତି କପିଳ ଦେବଙ୍କୁ ଟପି ପ୍ରଥମ ୧୦୦ ୱିକେଟ୍ ନେବାରେ ଦ୍ରୁତତତମ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ବୁମ୍ରା ନିଜ ୨୪ତମ ମ୍ୟାଚ୍ରେ ୧୦୦ ୱିକେଟ୍ ନେଇଥିଲା ବେଳେ କପିଳ ୧୦୦ ଟେଷ୍ଟ୍ ହାସଲ କରିବା ଲାଗି ୨୫ ମ୍ୟାଚ୍ ନେଇଥିଲେ। ୧୦୦ ୱିକେଟ୍ ଛୁଇଁବାରେ କିନ୍ତୁ ରବୀନ୍ଦ୍ର ଜାଦେଜାଙ୍କ ସହ ଅଷ୍ଟମ ଯୁଗ୍ମ ଦ୍ରୁତତମ ଭାରତୀୟ ବୋଲର ହୋଇଛନ୍ତି ବୁମ୍ରା। ଉଭୟ ଜାଦେଜା ଓ ବୁମ୍ରା ନିଜ ନିଜ ୨୪ତମ ଟେଷ୍ଟ୍ରେ ଏଭଳି ସଫଳତା ଲାଭ କରିଛନ୍ତି। ବୁମ୍ରା ସଂପ୍ରତି ସର୍ବାଧିକ ଟେଷ୍ଟ୍ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ୨୩ତମ ସ୍ଥାନରେ ରହିଛନ୍ତି। ତେବେ ଅନ୍ୟମାନଙ୍କ ତୁଳନାରେ ତାଙ୍କ ହାରାହାରି (୨୨.୪୫) ଓ ଷ୍ଟ୍ରାଇକ୍ ରେଟ୍ (୫୦.୨) ସର୍ବଶ୍ରେଷ୍ଠ ରହିଛି।
ଦୁବାଇ: ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଅଗଷ୍ଟ ମାସ ପାଇଁ ଆଇସିସି ଦ୍ବାରା ମନୋନୀତ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଉଭୟ ବ୍ୟାଟ୍ ଓ ବଲ୍ରେ ବୁମରା ଭଲ ପ୍ରଦର୍ଶନ କରିଥିଲେ। ବୁମରାଙ୍କ ସହିତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ପାକିସ୍ତାନ ପେସ୍ ବୋଲର ସାହିନ ଆଫ୍ରିଦି ଦୌଡ଼ରେ ରହିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ବୁମରା ୯ ୱିକେଟ୍ ନେଇଥିବା ବେଳେ ଭାରତ କେବଳ ବର୍ଷା କାରଣରୁ ବିଜୟରୁ ବଞ୍ଚିତ ହୋଇଥିଲା। ଲର୍ଡସରେ କିନ୍ତୁ ସେ ମହମ୍ମଦ ସାମିଙ୍କ ସହ ନବମ ୱିକେଟ୍ ପାଇଁ ଯୋଡ଼ିଥିବା ୮୯ ରନ୍ ଦଳର ବିଜୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ରୁଟ୍ ଅଗଷ୍ଟ ମାସରେ ଭାରତ ବିପକ୍ଷ ପ୍ରଥମ ୩ ଟେଷ୍ଟ୍ରେ ୩ ଶତକ ହାସଲ କରିଥିଲେ। ସେହିଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଆଫ୍ରିଦି ୧୦ ୱିକେଟ୍ ନେବା ସହ ଶୃଙ୍ଖଳାରେ ମୋଟ ୧୮ ୱିକେଟ୍ ଦଖଲ କରିଥିଲେ। ୱାସିମ ଆକ୍ରମ, ୱାକର ୟୁନିସ ଏବଂ ମହମ୍ମଦ ଜାହିଦଙ୍କ ପରେ ଚତୁର୍ଥ ସର୍ବକନିଷ୍ଠ ପାକିସ୍ତାନୀ ଭାବେ ସେ ଗୋଟିଏ ଟେଷ୍ଟ୍ରେ ୧୦ ୱିକେଟ୍ ନେଇଥିଲେ।