ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା‌ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଡିସେମ୍ବର ମାସ ଲାଗି ଆଇସିସିର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି। ବୁମ୍‌ରା ଗତବର୍ଷ ଡିସେମ୍ବରରେ ଏହି ଚର୍ଚ୍ଚିତ ଶୃଙ୍ଖଳାର ତିନିଟି ଟେଷ୍ଟ୍ ଖେଳି ୧୪.୨୨ ହାରରେ ୨୨ ୱିକେଟ୍ କରାୟତ୍ତ କରିଥିଲେ।

Advertisment

ଜାନୁଆରି ୫ ତାରିଖରେ ଶେଷ ହୋଇଥିବା ଏହ‌ି ଶୃଙ୍ଖଳାର ପାଞ୍ଚଟି ମ୍ୟାଚ୍‌ରୁ ମୋଟ ୩୨ ୱିକେଟ୍ ନେଇଥିଲେ। ବ୍ରିସବେନ୍ ଟେଷ୍ଟ୍‌ରେ ୯ ୱିକେଟ୍ ନେବା ପରେ ମେଲ୍‌ବର୍ଣ୍ଣରେ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ ସେ। ବୁମ୍‌ରା ମଧ୍ୟ ୨୦ରୁ କମ୍ ହାରରେ ୨୦୦ ୱିକେଟ୍ ନେବାରେ ବିଶ୍ବର ପ୍ରଥମ ବୋଲର ହୋଇଥିଲେ। ଏଣୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଦକ୍ଷିଣ ଆଫ୍ରିକାର ଡେନ୍ ପିଟରସନ୍‌ଙ୍କୁ ପଛରେ ପକାଇ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଥିଲେ।