ବିଶ୍ବକପ ଭାରତୀୟ ଦଳରୁ ବାଦ ପଡ଼ିଲେ ବୁମରା : ସ୍ପଷ୍ଟ କଲା ବିସିସିଆଇ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା ବିଶ୍ବକପରେ ଖେଳିବେ ନାହିଁ । ଏ ନେଇ ବିସିସିଆଇ ପକ୍ଷରୁ ସୋମବାରଦିନ ସ୍ପଷ୍ଟ କରାଯାଇଛି । ଏହା ସହିତ ବୁମରାଙ୍କ ଖେଳିବା ନେଇ ଗତ କିଛି ଦିନ ହେଲା ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଶେଷଜ୍ଞମାନଙ୍କ ଦ୍ବାରା ତାଙ୍କ ଫିଟନେସର ସବିଶେଷ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯିବ ବୋଲି ବିସିସିଆଇ କହିଛି । ପିଠିରେ ଆଘାତ କାରଣରୁ ବୁମରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ପୂର୍ବରୁ ବୁମରା ଆହତ ହୋଇଥିଲେ ଯାହାକୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାଧାରଣ ଆଘାତ ବୋଲି ବର୍ଣ୍ଣନା କରିଥିଲେ। ତେବେ ଏହା ପରେ ଜଣାପଡିଥିଲା ଯେ ବୁମରା ପୁରା ସିରିଜରୁ ବଞ୍ଚିତ ହେବେ ଏବଂ ପରବର୍ତ୍ତୀ ଯାଞ୍ଚ ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) କୁ ଯିବେ ।

 

ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ ।

ପୂର୍ବରୁ ଘୋଷିତ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ବୀନ, ଯୁଜବେନ୍ଦ୍ର ଚହଲ,  ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ଅର୍ସଦୀପ ସିଂ, ହର୍ଷଲ ପଟେଲ । ( ବୁମରାଙ୍କ ସ୍ଥାନରେ ଆଉ ଜଣେ ବୋଲର ଘୋଷଣା ହେବ) ।

ଷ୍ଟାଣ୍ଡବାଇ ଖେଳାଳି : ମହମ୍ମଦ ସମୀ, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

 

 

ସମ୍ବନ୍ଧିତ ଖବର