ମୁମ୍ବାଇ: ଆଇପିଏଲ୍-୧୨ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ପାଇଁ ବିଜେତା ହେବା ପରେ ମୁମ୍ବାଇ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଶେଷ ଓଭର ଗୁଡ଼ିକରେ ବୁମରା ପକାଇଥିବା ବଲ୍ ତାଙ୍କ ମନ ଛୁଇଁ ନେଇଥିଲା ବୋଲି ମତ ରଖିବା ସହ ସଚିନ କହିଛନ୍ତି ମୁଁ ଗର୍ବର ସହ କହୁଛି ଯେ ବୁମରା ସାଂପ୍ରତିକ ସମୟର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର। ଆଶା କରୁଛି ସେ ଆହୁରି ଭଲ କରିବେ। ସଚିନଙ୍କ ସହ ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ଏକମତ ହେଇଛନ୍ତି। ସେ କହିଛନ୍ତି ବୁମରାଙ୍କ ବୋଲିଂ ଶୈଳୀ ଦେଖିଲେ ଟିକିଏ ଅଡ଼ୁଆ ଲାଗେ। ଏଥିପାଇଁ କିନ୍ତୁ ବଲ୍ କେଉଁ ଗତିରେ ତାଙ୍କ ହାତରୁ ଆସିବ, ତାହା ବୁଝିବା କଷ୍ଟକର ହୋଇଯାଇଥାଏ। ବୁମରା ଏବେ ଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। ସଚିନଙ୍କ ପ୍ରଶଂସା କିନ୍ତୁ ବୁମରାଙ୍କୁ ହୃଦୟକୁ ଛୁଇଁ ଯାଇଥିଲା। ସେ କହିଛନ୍ତି ଏହି ବିଷୟରେ ପ୍ରତିକ୍ରିୟା ଦେବାକୁ ମୋ ପାଖରେ ଶବ୍ଦ ନାହିଁ। ଧନ୍ୟବାଦ ସଚିନ ସାର୍। ରବିବାର ଆଇପିଏଲ୍ ଫାଇନାଲ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲେ ମଧ୍ୟ କୌଣସି ସମୟରେ ସେ ଚାପଗ୍ରସ୍ତ ହୋଇ ନଥିଲେ ବୋଲି ବୁମରା ସ୍ପଷ୍ଟ କରି ଦେଇଛନ୍ତି। ବୁମରାଙ୍କ ସହ ସଚିନ ମୁମ୍ବାଇର ଯୁବ ସ୍ପିନର ରାହୁଲ ଚହରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ରାହୁଲ ସ୍ବତନ୍ତ୍ର ପ୍ରତିଭାଧାରୀ। ଚମତ୍କାର ବୋଲର ବୋଲି ସଚିନ କହିଛନ୍ତି। ରବିବାର ରାହୁଲ ନିଜ ୪ ଓଭରରେ ମାତ୍ର ୧୪ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
ବୁମରା ବିଶ୍ବର ଶ୍ରେଷ୍ଠ: ସଚିନ
/sambad/media/post_attachments/wp-content/uploads/2019/04/2-sachin-tendulkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)