ନୂଆଦିଲ୍ଲୀ: ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଟିମ୍ ଘୋଷଣା ହୋଇଛି। ଦକ୍ଷିଣ ଆଫ୍ରିକାରେ ଭାରତ ୩ ଟେଷ୍ଟ୍, ୬ ଦିନିକିଆ ଏବଂ ୩ ଟି-୨୦ ସଖେଳିବ। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ ସୋମବାର ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଜାନୁଆରିି ୫ ତାରିଖରୁ୍ ଆରମ୍ଭ ହୋଇ ୫୪ ଦିନ ପର୍ଯ୍ୟନ୍ତ ଏହି ସିରିଜ୍ ଚାଲିବ। ଫେବ୍ରୁଆରି ୨୪ ତାରିଖରେ ଟି-୨୦ରେ ଏହି ସିରିଜ୍ ସମାପ୍ତ ହେବ। ଦକ୍ଷିଣ ଆଫ୍ରିକାରେ ହେବାରୁ ଥିବା ଟେଷ୍ଟ୍ ଶୃଙ୍ଖଳାରେ ୧୭ ଜଣିଆ ଭାରତୀୟ ସ୍କ୍ଵାଡ୍ରେ ଜଶପ୍ରୀତ ବୁମରାଙ୍କୁ ସାମିଲ୍ କରାଯାଇଛି।
ଏହି ୧୭ ଜଣିଆ ଟେଷ୍ଟ୍ ସ୍କ୍ଵାଡ: ବିରାଟ(ଅଧିନାୟକ), ବିଜୟ, ରାହୁଲ୍, ଶିଖର, ପୂଜାରା, ରାହାଣେ, ରୋହିତ, ଶାହା, ଅଶ୍ୱିନୀ, ଜାଡେଜା, ପାର୍ଥିବ, ହାର୍ଦ୍ଦିକ, ଭୁବନେଶ୍ୱର, ସାନି, ଈଶାନ୍ତ, ଉମେଶ, ବୁମରା।