ସିଡ୍ନି: ଚଳିତ ଆସେସ୍ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍ ରବିବାର ଅମୀମାଂସିତ ଭାବେ ଶେଷ ହୋଇଛି। ଇଂଲଣ୍ଡ ୱିକେଟ୍ରକ୍ଷକ ଜୋସ୍ ବଟ୍ଲର୍ ଆହତ ହେବା ଆଗାମୀ ପଞ୍ଚମ ତଥା ଶେଷ ଟେଷ୍ଟ୍ ପୂର୍ବରୁ ଦଳ ପାଇଁ ଝଟ୍କା ଲାଗିଛି। ଚତୁର୍ଥ ଟେଷ୍ଟ୍ର ଦ୍ବିତୀୟ ପାଳିରେ ୧୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଦ୍ବାରା ଏଲ୍ବିଡବ୍ଲୁ ଆଉଟ୍ ହୋଇଥିବା ବଟ୍ଲର ପ୍ରଥମ ପାଳି ବେଳେ ଆଙ୍ଗୁଠିରେ ଖୁବ୍ ଯନ୍ତ୍ରଣା ପାଇଥିଲେ। ଫଳରେ ଓଲି ପୋପ୍ ୱିକେଟ୍ରକ୍ଷଣ ଦାୟିତ୍ବ ତୁଲାଇଥିଲେ। ତେବେ ମ୍ୟାଚ୍ ବଞ୍ଚାଇବା ପାଇଁ ତାଙ୍କୁ ଦ୍ବିତୀୟ ପାଳିରେ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିଥିଲା। ହେଲେ ଆଙ୍ଗୁଠି ଭାଙ୍ଗିଯାଇଥିବା ସ୍କାନ୍ରୁ ଜଣାପଡ଼ିଥିଲା। ଫଳରେ ରବିବାର ମ୍ୟାଚ୍ ଶେଷ ପରେ ସେ ସ୍ବଦେଶ ଫେରିଯାଇଛନ୍ତି। ସେଠାରେ ଇସିବି ଡାକ୍ତରୀ ଦଳ ତାଙ୍କ ଆହତର ଆକଳନ କରିବେ। ଏଥିପାଇଁ ବଟ୍ଲର ପଞ୍ଚମ ଟେଷ୍ଟ୍ରୁ ବାଦ୍ ପଡ଼ିଥିଲା ବେଳେ ୨୫ ଦିନିକିଆ ଓ ୩୩ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ସାମ୍ ବିଲିଙ୍ଗ୍ସ ଟେଷ୍ଟ୍ ପଦାର୍ପଣ କରିବା ନିଶ୍ଚିତ ହୋଇଛି। ସେ ପଞ୍ଚମ ଟେଷ୍ଟ୍ରେ ବଟ୍ଲରଙ୍କ ବଦଳରେ ୱିକେଟ୍ରକ୍ଷଣ ଦାୟିତ୍ବ ସମ୍ଭାଳିବେ। ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଅସନ୍ତା ୧୪ ତାରିଖରୁ ହୋବାର୍ଟରେ ଆରମ୍ଭ ହେବ। ଏହି ଟେଷ୍ଟ୍ ପୂର୍ବରୁ ବଟ୍ଲର୍ଙ୍କ ବ୍ୟତୀତ ଜନି ବେୟାରଷ୍ଟୋ, ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ଆହତ ତାଲିକାରେ ରହିଛନ୍ତି। ବେୟାରଷ୍ଟୋଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ଯନ୍ତ୍ରଣା ହେଉଥିଲା ବେଳେ ଷ୍ଟୋକ୍ସଙ୍କ ମାସଂପେଶୀ ଟାଣିଧରିଛି।
ବଟଲର୍ଙ୍କ ଆଙ୍ଗୁଠି ଭାଙ୍ଗିଲା: ପଞ୍ଚମ ଟେଷ୍ଟ୍ରୁ ବାଦ୍
/sambad/media/post_attachments/wp-content/uploads/2018/11/4-Jos-Buttler-sweeps-through-the-leg-side.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)