ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌ଏସ୍‌ ପ୍ରଣୟଙ୍କୁ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ମିଳିଛି। ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ (ବିଡବ୍ଲୁଏଫ୍‌) ପକ୍ଷରୁ ପ୍ରକାଶିତ ସଦ୍ୟ ମାନ୍ୟତା ତାଲିକାରେ ପ୍ରଣୟ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ଲକ୍ଷ୍ୟ ସେନ୍‌ ବାଦ୍‌ ପଡ଼ିବା ପରେ ପ୍ରଣୟ ଏକମାତ୍ର ଭାରତୀୟ ଭାବେ ଏହି ତାଲିକାରେ ରହିଛନ୍ତି। ମହିଳା ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ମଧ୍ୟ ଶ୍ରେଷ୍ଠ ମାନ୍ୟତା ପାଇ ୧୭ତମ ସ୍ଥାନରୁ ୧୫ତମ ସ୍ଥାନକୁ ଆସିଛନ୍ତି। ଲକ୍ଷ୍ୟ ଓ କିଦାମ୍ବି ଶ୍ରୀକାନ୍ତ ଶ୍ରେଷ୍ଠ ୨୦ରୁ ବାଦ୍‌ ପଡ଼ି ୨୨ ଓ ୨୩ତମ ସ୍ଥାନରେ ରହିଛନ୍ତି।

Advertisment

ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ରେ ପହଞ୍ଚିଥିଲା ବେଳେ ସାଇନା ନେହୱାଲ୍‌ ୩୬ତମ ସ୍ଥାନରେ ସ୍ଥିର ଅଛନ୍ତି। ପୁରୁଷ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦୁଇଟି ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛନ୍ତି।