ବିଡବ୍ଲୁଏଫ୍ ୱାଲ୍ଡ ଟୁର୍ ଫାଇନାଲ୍ସ, ବିଜୟ ସହ ବିଦାୟ ନେଲେ ସିନ୍ଧୁ

ଗୁଆଙ୍ଗଝୌ: ଚଳିତ ବିଡବ୍ଲୁଏଫ୍ ଵାର୍ଲ୍ଡ ଟୁର୍ ଫାଇନାଲ୍ସରେ ଭାରତୀୟ ତାରକା ପିଭି ସିନ୍ଧୁ ବିଜୟ ସହ ବିଦାୟ ନେଇଛନ୍ତି। ଗ୍ରୁପ୍‌-‘ଏ’ରେ ସ୍ଥାନ ପାଇଥିବା ସିନ୍ଧୁ ପ୍ରଥମ ଦୁଇ ମ୍ୟାଚ୍‌ ହାରିଯାଇଥିଲେ। ‌ହେଲେ ଶୁକ୍ରବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଗତ ଥରର ବିଜୟିନୀ ସିନ୍ଧୁ ସିଧାସଳଖ ୨୧-୧୯, ୨୧-୧୯ରେ ଚୀନର ହି ବିଙ୍ଗ୍ ଜିଆଓଙ୍କୁ ମାତ୍‌ ଦେଇ ନିଜର ସମ୍ମାନ ରଖିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୪୨ ମିନିଟ୍ ସମୟ ଲାଗିଥିଲା। ୩ ମ୍ୟାଚ୍‌ରୁ ସିନ୍ଧୁ ୧ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହି ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର