ନୂଆଦିଲ୍ଲୀ : ସ୍ପେନ୍ରେ ଚାଲିଥିବା ବିଡବ୍ଲୁଏଫ୍ ବିଶ୍ବ କନିଷ୍ଠ ବ୍ୟାଡ୍ମିଣ୍ଟନ (୧୯ ବର୍ଷରୁ କମ୍) ଚାମ୍ପିଅନ୍ସିପ୍ରେ ଭାରତୀୟ ଖେଳାଳି ଶଙ୍କର ମୁଥୁସ୍ବାମୀ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ସେମିଫାଇନାଲ୍ରେ ଶଙ୍କର ୨୧-୧୩, ୨୧-୧୫ ସିଧାସଳଖ ଗେମ୍ରେ ଥାଇଲାଣ୍ଡର ପାନିଚାଫନ୍ ତିରାରତ୍ସକୁଲଙ୍କୁ ପରାସ୍ତ କରି ଅତିକମ୍ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଫାଇନାଲ୍ରେ ତାଙ୍କର ମୁକାବିଲା ଚାଇନିଜ୍ ତାଇପେର କୁ କୁଆନ୍ କିମ୍ବା କୋରିଆର ବିଉଙ୍ଗ୍ ଜେ କିମ୍ଙ୍କ ସହ ହେବ। ଏହି ପ୍ରତିଯୋଗିତାର ଇତିହାସରେ ଭାରତ ଏପର୍ଯ୍ୟନ୍ତ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୫ କାଂସ୍ୟ ପଦକ ପାଇଛି। ସେଥିରୁ ଗତ ୨୦୧୮ରେ ଲକ୍ଷ୍ୟ ସେନ୍ ଶେଷ କାଂସ୍ୟ ପଦକ ଜିତିଥିଲେ। ସାଇନା ନେହ୍ବାଲ ଏକମାତ୍ର ଭାରତୀୟ ଭାବେ କନିଷ୍ଠ ବିଶ୍ବ ଚାମ୍ପିଅନ୍ସିପ୍ (୨୦୦୮)ରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୨୦୦୬ରେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସେହିପରି ସିରିଲ ବର୍ମା ୨୦୧୫ରେ ଏବଂ ଅପର୍ନା ପୋପଟ ୧୯୯୬ରେ ରୌପ୍ୟ ପଦକ ହାସଲ କରିଥିଲେ।
ବିଡବ୍ଲୁଏଫ୍ ବିଶ୍ବ କନିଷ୍ଠ ଚାମ୍ପିଅନ୍ସିପ୍: ଫାଇନାଲ୍ରେ ଶଙ୍କର
/sambad/media/post_attachments/wp-content/uploads/2022/10/shankar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)