ହାଇଦ୍ରାବାଦ: : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ ଠାରେ ରେ ଖେଳାଯାଉଥିବା ଭାରତ-େଓ୍ଵଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ େଓ୍ଵଷ୍ଟ ଇଣ୍ଡିଜ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ଭୋଜନ ସୁଦ୍ଧା େଓ୍ଵଷ୍ଟଇଣ୍ଡିତ ୩ ଓ୍ଵିକେଟ ହରାଇ ୮୬ ରନ୍ ସଂଗ୍ରହ କରି ସଙ୍କଟରେ ପଡ଼ିଛି।
ସୂଚନାଯୋଗ୍ୟ ଯେ ଭ୍ରମଣକାରୀ େଓ୍ଵଷ୍ଟ ଇଣ୍ଡିଜ୍ ଦଳ ରାଜକୋଟ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଠାରୁ ପରାସ୍ତ ହୋଇ ୧-୦ ରେ ପଛୁଆ ରହିଛି। ତେଣୁ ଏହି ଶେଷ ଟେଷ୍ଟରେ ଦଳ ଭାରତକୁ କଡ଼ା ଟକ୍କର ଦେବା ଳକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଖେଳର ଦ୍ୱାଦଶ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ଙ୍କ ବଲକୁ ଠିକ୍ ଭାବେ ବୁଝି ନ ପାରି କେ ପାେଓ୍ଵଲ କଭର ଅଞ୍ଚଳରେ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ପାେଓ୍ଵଲ ନିଜର ବ୍ୟକ୍ତିଗତ ରନ୍ ୨୨ ରନ୍ରେ ହିଁ ଆଉଟ ହୋଇଥିଲେ। ସେତେବେଳ ଦଳୀୟ ସ୍କୋର ଥିଲା ୩୨ ରନ୍।
ଭାରତୀୟ ବୋଲରଙ୍କ ପରବର୍ତ୍ତୀ ଶିକାର ହୋଇଥିିଲେ କେ ବ୍ରେଥେଓ୍ଵଟ୍। ସେ କୁଲଦୀପ ଯାଦବଙ୍କ ବଲରେ ଏଲବି ଆଉଟ୍ ହୋଇଥିଲେ। ମାତ୍ର ବଲ ଓ୍ଵକେଟ ମିସ୍ କରୁଥିବା ଅନୁଭବ କରି ସେ ରିଭ୍ୟୁ ନେଇଥଲେ। ମାତ୍ର ଥାର୍ଡ ଅମ୍ପେୟାର ମଧ୍ୟ ତାଙ୍କୁ ଆଉଟ୍ ବୋଲି ଘୋଷଣା କରିବାରୁ େଓ୍ଵଷ୍ଟି ଇଣ୍ଡିଜ୍ ତାର ପ୍ରଥମ ରିଭ୍ୟୁ ସୁଯୋଗ ହରାଇଥିଲା। ଏପରିକି ମଧ୍ୟାହ୍ନ ଭୋଜନର ଶେଷ ଓଭରରେ େଓ୍ଵଷ୍ଟ ଇଣ୍ଡିିଜ୍ ତାର ଦ୍ୱିତୀୟ ରିଭ୍ୟୁ ସୁଯୋଗ ହରାଇଥିଲା। ଉମେଶ ଯାଦବଙ୍କ ବଲରେ ଏଲବିଡବ୍ଳ୍ୟୁ ଆଉଟ୍ ହୋଇଥିିବା ଶାଇ ହୋପ ମଧ୍ୟ ସମାନ ଢ଼ଙ୍ଗରେ େଓ୍ଵଷ୍ଟ ଇଣ୍ଡିଜ୍ର ରିଭ୍ୟୁ ସୁଯୋଗଟିକୁ ହରାଇଥିଲେ। ହୋପ୍ ୫ଟି ଚୌକା ସହିତ ୩୬ ରନ୍ କରି ଆତ୍ମବିଶ୍ଵାସର ସହିତ ଖେଳୁଥିବା ବେଳେ ଉମେଶ ଯାଦବଙ୍କ ଏକ ଗୁଡ ଲେଙ୍ଗଥ୍ ବଲରେ ,ଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଯିବା ସହିତ େଓ୍ଵଷ୍ଟ ଇଣ୍ଡିଜ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି।
ଭାରତ-େଓ୍ଵଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ମଧ୍ୟାହ୍ନ ଭୋଜନ ସୁଦ୍ଧା େଓ୍ଵଷ୍ଟଇଣ୍ଡିଜ ୮୬/୩
/sambad/media/post_attachments/wp-content/uploads/2018/10/Aswin-Umesh-Kuldeep-Bowling_Thumbnail.jpg)